କଷୁରବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଗଜପତି, ୨୩/୨ : କଷୁରବନ୍ଧ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି କୁ ଆସୁଥିବା ଜନ ସାଧାରଣ ଙ୍କ ସୁବିଧା ପାଇଁ ସ୍ୱାସ୍ଥ୍ୟ ଶିବିର ଖୋଳାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା ।
ଜନଶୁଣାଣୀ ପରେ ପରେ ଜ଼ିଲ୍ଲାପାଳ ସମସ୍ତ ବ୍ଲକ ସ୍ତରୀୟ, ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଙ୍କୁ ଓଶ୍ୱାସ ରେ ଫାଇଲକାମ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ ।
ଏଥିସହ ଜନ ଶୁଣାଣୀ କୁ ଆସୁଥିବା ଅଭିଯୋଗ ଗୁଡିକ ର ତୁରନ୍ତ ଫଇସଲା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆର୍ଥିକ ବର୍ଷ ଶେଷ ହେବାକୁ ଥିବାବେଳେ ତୁରନ୍ତ ଅଧା ହୋଇ ପଡିରହିଥିବା ଏବଂ ଅଂଶପୂର୍ଣ୍ଣ ପ୍ରୋଜେକ୍ଟ କାମ ଶେଷ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜନସାଧାରଣ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜାଣି ପାରୁ ନ ଥିବାରୁ ଜନ ଶୁଣାଣୀ ସ୍ଥାନରେ ବିଭିନ୍ନ ଯୋଜନା ର ହୋଡିଂ, ଫ୍ଲେକସ ଲଗାଇବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଜନଶୁଣାଣୀ କାର୍ଯ୍ୟକ୍ରମ କୁ ଡେପୁଟି କଲେକ୍ଟର ତଥା ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ, ଗୋଷ୍ଟୀ ଉନ୍ନୟନ ଅଧିକାରୀ, ବୌଦ୍ଧ ଯୁଗଳ କିଶୋର ବିଶ୍ୱାଳ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ, ବୌଦ୍ଧ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଦେଶକୁ ସମସ୍ତ ଅଧିକାରୀ ଅନୁପାଳନ କରିବାକୁ ମତବ୍ୟକ୍ତ କରିବା ସହ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଜନଶୁଣାଣୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରପଞ୍ଚ, କସୁରବନ୍ଧ
ସରୋଜ କର୍ଣ୍ଣ ସମସ୍ତ ପ୍ରକାର ସହଯୋଗ କରିଥିଲେ ।






