Indus Valley Times

କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା (ନିବାରଣ, ପ୍ରତିଷେଧ ଏବଂ ପ୍ରତିକାର) ଅଧିନିୟମ ୨୦୧୩ ଜିଲ୍ଲା ସ୍ତରୀୟ କର୍ମଶାଳା

 Breaking News

କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା (ନିବାରଣ, ପ୍ରତିଷେଧ ଏବଂ ପ୍ରତିକାର) ଅଧିନିୟମ ୨୦୧୩ ଜିଲ୍ଲା ସ୍ତରୀୟ କର୍ମଶାଳା

କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା (ନିବାରଣ, ପ୍ରତିଷେଧ ଏବଂ ପ୍ରତିକାର) ଅଧିନିୟମ ୨୦୧୩ ଜିଲ୍ଲା ସ୍ତରୀୟ କର୍ମଶାଳା
August 22
10:37 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୨/୮: ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା (ନିବାରଣ, ପ୍ରତିଷେଧ ଏବଂ ପ୍ରତିକାର) ଅଧିନିୟମ ୨୦୧୩ ଜନିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ କର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଅତିଥି ବିଷୟ ବିଶେଷଜ୍ଞ ଶ୍ରୀମତୀ କସ୍ତୁରୀ ମହାପାତ୍ର, ଆଭ୍ୟନ୍ତରୀଣ କମିଟି ଅଧ୍ୟକ୍ଷା ନିବେଦିତା ପରିଡ଼ା, ଆଞ୍ଚଳିକ କମିଟି ଅଧ୍ୟକ୍ଷା ମଞ୍ଜୁପ୍ରଭା ଧଳ ପ୍ରମୁଖ ଯୋଗଦେଇ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା ନିବାରଣ ପ୍ରତିଷେଧ ଏବଂ ଆଭ୍ୟନ୍ତରୀଣ କମିଟି ଓ ଆଞ୍ଚଳିକ କମିଟିର କାର୍ଯ୍ୟଧାରା ସମ୍ପର୍କରେ ବିଶଦ ଭାବେ ତାଲିମ୍ ପ୍ରଦାନ କରିଥିଲେ ।
ବୈଠକରେ ଅଧ୍ୟକ୍ଷ ଏଭଳି ଅଭିଯୋଗ ଗୁଡିକର ଚିହ୍ନଟ, ଯାଞ୍ଚ, ଶୁଣାଣି ଓ ସମାଧାନ ଓଡ଼ିଶା ସରକାରଙ୍କ ସେବା ଅଧିନିୟମ ଓ ସାମ୍ବିଧାନିକ ସେବା ୨୦୧୩ ଅଧିନିୟମ ଅନୁଯାୟୀ ସମାଧାନ ଦିଗରେ ଗୁରୁତ୍ୱାରୋପ କରିଥିଲେ ।
ପ୍ରତ୍ୟେକ ମଣିଷ ଆତ୍ମ ସମ୍ମାନର ସହ ବଞ୍ଚିବାର ସାମ୍ବିଧାନିକ ଅଧିକାର ପ୍ରଦାନ କରିଛି । ସମୟ ସହିତ ଆମେ ସମସ୍ତେ ଚାଲିବା ସହ ଆଇନକୁ ମାନିବା ଆମ ସମସ୍ତଙ୍କ ଦାୟିତ୍ଵ ସହ ମୋ ଘର ଯେମିତି, ଠିକ ସେମିତି ମୋ ଅଫିସକୁ ମଧ୍ୟ ସମ୍ମାନ ଦେଇ ସେବାକରିବା ଆମ ସମସ୍ତଙ୍କ ପ୍ରମୁଖ ଦାୟିତ୍ଵ ବୋଲି ଅତିଥି ବିଶେଷଜ୍ଞ କସ୍ତୁରୀ ମହାପାତ୍ର ପ୍ରକାଶ କରିଥିଲେ କ୍ଷ ଏଥି ସହ ପ୍ରତ୍ୟେକ କାର୍ଯ୍ୟାଳୟ ମହିଳା ମାନଙ୍କ ସୁରକ୍ଷା ପାଇଁ ନିଜ କାର୍ଯ୍ୟାଳୟରେ କମିଟି ଗଠନ କରିବା, ଏଭଳି ସ୍ପର୍ଶକାତର ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ବେଉରା ନିର୍ଦ୍ଦେଶ ଦେଇଥିଲେ କ୍ଷ ବିଷୟ ବିଶାରଦ ମାନେ ଅଧିନିୟମ ୨୦୧୩ ର ବିଭିନ୍ନ ଦିଗ ଉପରେ ଆଭ୍ୟନ୍ତରୀଣ କମିଟି, ଆଞ୍ଚଳିକ କମିଟି,ପୁଲିସ ସେବା, ଜିଲ୍ଲା ପ୍ରଶାସନ ସେବା ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ତାଲିମ୍ ପ୍ରଦାନ କରିବା ସହ ଅଧିକାରୀ ମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରଦାନ କରିଥିଲେ ।
ବୈଠକରେ ଡେପୁଟୀ କଲେକ୍ଟର, ସଂଗ୍ରାମ ଜେନା, ଅନନ୍ୟା ସୃଷ୍ଟି ଶତପଥୀ, ଶ୍ରିତପା ମିଶ୍ର, ସାରା ମଲ୍ଲିକ, ସୌମ୍ୟା ସାଗାରିକା ସ୍ୱାଇଁ, ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ଵରୀ କଅଁର, ଇପ୍ସିତା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ କ୍ଷ ଶେଷରେ କାର‌୍ୟ୍ୟକ୍ରମ ଅଧିକାରୀ ସୌଦାମିନୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31