Indus Valley Times

କୁଦାନଗରୀ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟବନ୍ଦ କରିବାକୁ ହୀନ ଚକ୍ରାନ୍ତ , କାର୍ଯାନୁଷ୍ଠାନ ଦାବି

 Breaking News

କୁଦାନଗରୀ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟବନ୍ଦ କରିବାକୁ ହୀନ ଚକ୍ରାନ୍ତ , କାର୍ଯାନୁଷ୍ଠାନ ଦାବି

May 21
22:54 2018

Report by Siba Prasad Parija
ପାଟକୁରା :21/5/-ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ପଞ୍ଚାୟତରେ ଥିବା କୁଦାନଗରୀ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣଧିନ କାର୍ଯ୍ୟକୁ କେତେକ ଖଳ ପ୍ରକୃତିର ଲୋକେ ଜାଲ ଦସ୍ତଖତ କରି ରାଜ୍ୟ ପ୍ରାଥମିକ ଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କ ନିକଟରେ ମିଥ୍ୟା ଅଭିଯୋଗ କରିଥିବା ବେଳେ ରାଜସ୍ୱ ବିଭାଗ ଓ ଶିକ୍ଷା ବିଭାଗ ଦ୍ୱାରା ତଦନ୍ତ ହେବା ପରେ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ଜଣା ପଡିଛି । ଉନ୍ନୟନ କାର୍ଯ୍ୟକୁ ଅନ୍ୟଥାରେ ବିରୋଧ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ପ୍ରକାଶ ଯେ , ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ରାଜ୍ୟର ଏକ ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଭାବରେ ପରିଚିତ । ଏହି କୁଦାନଗରୀ ପୀଠରେ ମହାଜ୍ଞାନୀ ଶୁକମୁନୀ , ପରିକ୍ଷୀତ ମହାରାଜଙ୍କ ଗାଦୀ ରହିଥିବାବେଳେ ମା ଦକ୍ଷିଣକାଳୀଙ୍କ ମନ୍ଦିର , ଶିୀଶୁ ଅନନ୍ତ ଆଶ୍ରମ , ଶ୍ରୀରାମ ମନ୍ଦିର , ହନୁମାନ ମନ୍ଦିର , ଅନନ୍ତେଶ୍ୱର ମହାଦେବ , ଆଖଣ୍ଡଳମଣୀ ମନ୍ଦିର , ମା’କଞ୍ଚନେଇ ମନ୍ଦିର , ବାଉରୀ ବଟ , ଆକୁଳୀ ମଠ ଆଦି ବିଭିନ୍ନ ଦେବାଦେବୀ ଓ ମହାପୁରୁଷମାନଙ୍କ ମଠମନ୍ଦିର ରହିଛି ।
ଏହିଠାରେ ଥିବା ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀରେ ମାଘ ସପ୍ତମୀ ତିଥିରେ ଚନ୍ଦ୍ରଭାଗା ସ୍ନାନ କରି ସୂର୍ଯ୍ୟ ଦର୍ଶନ କରିବା ସହ ସମସ୍ତ ଦେବାଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚାନ କରି ହଜାରହଜାର ଭକ୍ତମାନେ ଆତ୍ମସନ୍ତୋଷ ଲାଭ କରିଥାନ୍ତି । ଏହି ପିଠଟି ରାଜ୍ୟର ଦ୍ୱିତୀୟ ଚନ୍ଦ୍ରଭାଗା ଭାବରେ ମଧ୍ୟ ପରିଚିତ । ଏହା ବ୍ୟତୀତ ପୂଣ୍ୟତୋୟା ଚିତ୍ରୋତ୍ପଳା ନଦୀ ତଟରେ ଥିବା କାଜୁ ଜଙ୍ଗଲ ବଣ ଭୋଜି କରିବା ପାଇଁ ଦୈନିକ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସିଥାନ୍ତି । ଏହି କୁଦାନଗରୀ ପୀଠକୁ ରାଜ୍ୟ ସରକାର ୨୦୧୨ମସିହାରେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଥିବାବେଳେ ପର୍ଯ୍ୟଟନ ବିଭାଗ ନାମରେ ଥିବା ୪ଏକର ଜମି ରହିଅଛି । ଯାଯାବର ଯୋଜନାରେ ଅର୍ଥ ମଞ୍ଜୁର ହୋଇ ଟେଣ୍ଡର ଦ୍ୱାରା କାର୍ଯ୍ୟ ହେବା ପାଇଁ ନିଷ୍ପତ୍ତି ହୋଇଅଛି ।
ତେବେ ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଏହି କୁଦାନଗରୀ ପର୍ଯ୍ୟଟନ କ୍ଷେତ୍ରର ସ୍ଥିତି ଅନୁଧ୍ୟାନ କରିବା ପରେ ବଜାରର ଆବଶ୍ୟକତା ଅନୁଭବ କରିଥିଲେ । ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ , ସ୍ଥାନୀୟ ଅଞ୍ଚଳର ବେକାର ଯୁବକଯୁବତୀମାନଙ୍କ ଆର୍ଥିକ ପ୍ରଗତି ଓ ଏହି କୁଦାନଗରୀ ପୀଠକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କ ଆବଶ୍ୟକତା ଦୃଷ୍ଟିରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଜସ୍ୱ ଗ୍ରାମ ଅରଖକୁଦରେ ଏକ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ ପାଇଁ ପଞ୍ଚାୟତକୁ ୧୦ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।
ଗରଦପୁର ତହସିଲଦାର ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରି ଆବଶ୍ୟକ ଜମି ଡି-ରିଜର୍ଭେସନ ଦ୍ୱାରା ଆଇନ ଅନୁସାରେ ପଞ୍ଚାୟତକୁ ହସ୍ତାନ୍ତର କରିବା ପରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଉକ୍ତ ମାର୍କେଟ୍ କମ୍ପ୍ଲକ୍ସ ନିର୍ମାଣ କାର୍ଯ୍ୟ ଚାଲୁ ରହିଅଛି । ମାତ୍ର କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଚକ୍ରାନ୍ତ କରିଛନ୍ତି । ସ୍ଥାନୀୟ ଅରଖକୁଦ ଗ୍ରାମର କେତେକ ଲୋକଙ୍କ ନାମରେ ଜାଲ ଦସ୍ତଖତ କରି ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆରେ ବେଆଇନ ଭାବରେ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ ହେଉଥିବାର ରାଜ୍ୟ ପ୍ରାଥମିକ ଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଅନୁସାରେ ଗରଦପୁର ତହସିଲ ଓ ଗରଦପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଏକ ଯୁଗ୍ମ ତଦନ୍ତ କରାଯିବା ପରେ ଜଣା ଗଲା ଯେ ଉକ୍ତ ମାର୍କେଟ୍ କମ୍ପେ୍ଲକ୍ସ ସହ ପ୍ରାଥମିକ ବିଦ୍ୟାଳୟର କୌଣସି ସମ୍ପର୍କ ନାହିଁ କିମ୍ବା ବିଦ୍ୟାଳୟର କୌଣସି ପଟ୍ଟା ଓ ପାଉତି ନାହିଁ । କିନ୍ତୁ କେତେକ ଖଳ ପ୍ରକୃତିର ବ୍ୟକ୍ତି ଉକ୍ତ ମାର୍କେଟ୍ କମ୍ପେ୍ଲକ୍ସ କାର୍ଯ୍ୟକୁ ବନ୍ଦ କରିବାକୁ ଷଡଯନ୍ତ୍ର କରି ଜାଲ ସ୍ୱାକ୍ଷରରେ ଅଭିଯୋଗ କରି ବୃହତ ସ୍ୱାର୍ଥ ପ୍ରତି ସମସ୍ୟା ସୃଷ୍ଟି କରିଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ତଦନ୍ତ କରିବା ସହ ଉନ୍ନୟନ କାର୍ଯ୍ୟ ପ୍ରତି ବାଧାପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଦାଏର କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031