Indus Valley Times

କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ : ଦୃଶ୍ୟମାନ ଦୂରତା କମ ଥିବାରୁ ବଢ଼ିଲା ଦୁର୍ଘଟଣାର ଭୟ

 Breaking News

କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ : ଦୃଶ୍ୟମାନ ଦୂରତା କମ ଥିବାରୁ ବଢ଼ିଲା ଦୁର୍ଘଟଣାର ଭୟ

କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ : ଦୃଶ୍ୟମାନ ଦୂରତା କମ ଥିବାରୁ ବଢ଼ିଲା ଦୁର୍ଘଟଣାର ଭୟ
January 28
11:06 2025

ଭୁବନେଶ୍ବର, ୨୮/୧: କଲବଲ କଲା କୁହୁଡି । ରାଜଧାନୀରେ ସକାଳୁ ସକାଳୁ କୁହୁଡିର କର୍ଫ୍ୟୁ ଦେଖିବାକୁ ମିଳିଛି । ସାଙ୍ଘାତିକ କୁହୁଡି ପାଇଁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ତେବେ ଘନ କୁହୁଡିର ମାତ୍ରା ଏତେ ଅଧିକ ଥିଲା ଯେ ଦଶ ପାଦ ଆଗକୁ ବି କିଛି ଦେଖା ଯାଉନଥିଲା । ରାସ୍ତାରେ ଗାଡି ମଟର ଚଳାଚଳ କରିବା ଏକପ୍ରକାର କଷ୍ଟସାଧ୍ୟ ହୋଇଥିଲା । ପ୍ରବଳ କୁହୁଡି ପାଇଁ ଦୁର୍ଘଟଣାର ଆଶଙ୍କା ଥିବାରୁ ଗାଡିର କଣ୍ଟା ୨୦ରୁ ଉପରକୁ ଉଠୁ ନଥିବା ଦେଖିବାକୁ ମିଳିଥିଲା । ତେବେ ଆଜି ୧୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ୨୯ ତାରିଖରେ ମଧ୍ୟ ୧୪ ଜିଲ୍ଲାକୁ ଏବଂ ୩୦ ତାରିଖରେ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ ପଶ୍ଚିମାଝଡ଼ ଅପସାରଣ ପରେ ରାଜ୍ୟରେ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଛି । ଏହାଦ୍ବାରା ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ଯାଏଁ ହ୍ରାସ ଘଟିଛି । ରାଜ୍ୟର ଉତ୍ତରପଶ୍ଚିମ ଭାଗରେ ପାରଦ ତଳ ମୁହାଁ ହୋଇଛି । ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରି ରହିଥିବା ବେଳେ ସିମିଳିଗୁଡ଼ାରେ ୯.୧, ଫୁଲବାଣୀରେ ୯.୫, ସୁନ୍ଦରଗଡ଼ ଓ କିରେଇରେ ୯.୮ ଡିଗ୍ରି ରହିଥିଲା।
ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଅନେକ ସ୍ଥାନରେ ଶୀତ ବୃଦ୍ଧି ପାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ଆଶଙ୍କା‌ ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031