Indus Valley Times

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ, ୫୮ ବର୍ଷରେ ଆଖିବୁଜିଲେ ଝିଙ୍ଗିଆ ଓରାମ

 Breaking News

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ, ୫୮ ବର୍ଷରେ ଆଖିବୁଜିଲେ ଝିଙ୍ଗିଆ ଓରାମ

August 18
11:32 2024

ଭୁବନେଶ୍ୱର,୧୮/୮: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଶନିବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ସେ ୯ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ।
ତାଙ୍କ ବିୟୋଗରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସ୍ବାମୀ ଜୁଏଲ। ସେ କାନ୍ଦି କାନ୍ଦି କହିଛନ୍ତି, ହଠାତ୍ ତାଙ୍କର ରକ୍ତବାନ୍ତି ହେଲା। ସେ ଅଚେତ ହୋଇପଡ଼ିଲେ। ତା’ ପରେ ମେଡିକାଲ ନେଇଯାଇଥିଲୁ। ସେଠାରେ ସେ ଚିକିତ୍ସିତ ହେଉଥିଲେ। ଶେଷରେ ମୋତେ ଛାଡ଼ି ଚାଲିଗଲେ। ଏଥିସହିତ ସେ କହିଛନ୍ତି, ମୋର ରାଜନୈତିକ ଜୀବନରେ ସେ ବହୁତ ବଡ଼ ଦାୟିତ୍ୱ ସମ୍ଭାଳୁଥିଲେ। ତାଙ୍କ ଯୋଗୁ ମୁଁ ଏ ଜାଗାକୁ ଆସିପାରିଛି।
ସେ ଘର ସମ୍ଭାଳିବା ସହ ପିଲାମାନଙ୍କ ଦାୟିତ୍ୱ ଠିକ୍ ଭାବରେ ନେଉଥିଲେ। ଯେଉଁଥିପାଇଁ ମୁଁ ବାହାରକୁ ଆସି ପାରୁଥିଲି। ତାଙ୍କ ବିୟୋଗରେ ଆମର ବହୁତ ବଡ଼ କ୍ଷତି ହୋଇଛି। ମୁଁ ଜୀବନସାରା ତାଙ୍କୁ ଭୁଲି ପାରିବିନି। ଭଗବାନଙ୍କୁ ଡାକୁଛି ସାତ ଜନ୍ମ ପାଇଁ ସେ ମୋର ସାଥୀ ହୋଇ ରୁହନ୍ତୁ।
ଭୁବନେଶ୍ୱରସ୍ଥିତ ଲୁମ୍ବିନୀବିହାର ବାସଭବନରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ଆଜି ଝିଙ୍ଗିଆଙ୍କ ମୃତଦେହ ସୁନ୍ଦରଗଡ଼ ଜିଲା କେନ୍ଦୁଡିହିରେ ଶେଷକୃତ୍ୟ ସମ୍ପନ୍ନ ହେବ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031