Indus Valley Times

କ୍ଷମା ମାଗିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ

 Breaking News

କ୍ଷମା ମାଗିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ

October 10
19:39 2020

ପୁରୀ,୧୦/୧୦: ସ୍ୱର୍ଗତ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଘଟଣାରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କ୍ଷମା ମାଗିଛନ୍ତି। ସେ ଏକ ଭିଡିଓ ଜାରି କହିଛନ୍ତି ଯେ ଗତ ୪ ତାରିଖରେ କରୋନା ସଂକ୍ରମିତ ହୋଇ ମଧ୍ୟ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଭୁଲ୍ ଥିଲା। ପ୍ରଦୀପ ମହାରଥୀ ତାଙ୍କର ବଡ଼ ଭାଇ ଓ ସେ ତାଙ୍କର ଆଦର୍ଶ ବି। ତାଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲେ ଏବଂ ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ସଂପୂର୍ଣ୍ଣ ଭୁଲ୍ ଥିଲା ବୋଲି ସେ କହିଛନ୍ତି। ସରକାରଙ୍କ ଆଇନ ଉର୍ଦ୍ଧ୍ବରେ କେହି ନୁହନ୍ତି । ତେବେ ଆଇନ ଅନୁଯାୟୀ ତାଙ୍କ ପ୍ରତି ଯେଉଁ ପଦକ୍ଷେପ ନିଆଯିବ ସେ ତାକୁ ମାନିବାକୁ ପ୍ରସ୍ତୁତ ଏବଂ ‘ଭୁଲ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି’ ବୋଲି ଉମା ସାମନ୍ତରାୟ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930