Indus Valley Times

କ୍ୟାମେରାରେ ଧରାପଡ଼ିଲେ, ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

 Breaking News

କ୍ୟାମେରାରେ ଧରାପଡ଼ିଲେ, ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କ୍ୟାମେରାରେ ଧରାପଡ଼ିଲେ, ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
May 13
16:57 2024

ଭୁବନେଶ୍ବର, ୧୩/୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିବାଚନ ପ୍ରକ୍ରିୟାରେ ନିୟୋଜିତ ଥିବା କିଛି କର୍ମଚାରୀମାାନେ ଅବହେଳା ପ୍ରଦର୍ଶନ କରିଛନ୍ତି। ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗଞ୍ଜାମ ଜିଲ୍ଲାର ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ ହୋଇଛି। ଏଥିରୁ ୨ ଜଣଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ।
ଶ୍ରୀ ଧଳ କହିଛନ୍ତି, ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯିବ। ଛତ୍ରପୁର ୨୭ ନମ୍ବର ବୁଥ ପ୍ରିଜାଇଡିଂ ଅଫିସର ଗିରଫ ହେବେ। ସେହିପରି ୧୬୩ ନମ୍ବର ପୁଲିଂ ଷ୍ଟେସନର ପ୍ରିଜାଇଡିଂ ଅଫିସର ମଧ୍ୟ ଗିରଫ ହେବେ।
ଗୋପାଳପୁରର ଜଣେ ପ୍ରିଜାଇଡିଂ ଅଫିସର ନିଲମ୍ବିତ ହେବେ। ୧୯୩ ନମ୍ବର ପୁଲିଂ ଷ୍ଟେସନ ପ୍ରିଜାଇଡିଂ ଅଫିସର ନିଲମ୍ବିତ ହେବେ। କାର‌୍ୟ୍ୟରେ ଗୁରୁତର ଅବହେଳା ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ହୋଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31