Indus Valley Times

ଖୁଣ୍ଟବନ୍ଧ ଦୁର୍ଗାପୂଜା: ତୃତୀୟ ସନ୍ଧ୍ୟା, ସୀତା ଠାବ ନାଟକ ମଞ୍ଚସ୍ଥ

 Breaking News

ଖୁଣ୍ଟବନ୍ଧ ଦୁର୍ଗାପୂଜା: ତୃତୀୟ ସନ୍ଧ୍ୟା, ସୀତା ଠାବ ନାଟକ ମଞ୍ଚସ୍ଥ

ଖୁଣ୍ଟବନ୍ଧ ଦୁର୍ଗାପୂଜା: ତୃତୀୟ ସନ୍ଧ୍ୟା, ସୀତା ଠାବ ନାଟକ ମଞ୍ଚସ୍ଥ
October 16
13:11 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୧୦ : ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ବସଷ୍ଟାଣ୍ଡରେ ଚାଲିଥିବା ନବଦିନାତ୍ମକ ଦୁର୍ଗାପୂଜା ତୃତୀୟ ଦିନରେ ପହଂଚିଛି। ଆଜି ପୂର୍ବାହ୍ନରେ ରାମାୟଣ ପାରାୟଣର ରାମ ବନବାସ କାଣ୍ଡ ଗାୟନ ହୋଇ ଥିଲା।
ରାତିରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ତୃତୀୟ ସନ୍ଧ୍ୟାରେ ରାବଣ ଦରବାରରେ ନାଟକ ସୀତା ଠାବ ମଞ୍ଚସ୍ଥ ହୋଇଥିଲା। ଶ୍ରୀରାମ ହନୁମାନଙ୍କୁ ଲଙ୍କା ପ୍ରେରଣ, ଅକ୍ଷୟ କୁମାର ଓ ଜମ୍ବୁମାଲିକୁ ନିଧନ ପରେ ଅଶୋକ ବନରେ ପ୍ରବେଶ ଏଵଂ ମାତା ସୀତାଙ୍କୁ ଶ୍ରୀରାମଙ୍କ ପ୍ରଦତ୍ତ ରତ୍ନମୁଦି ପ୍ରଦାନ ନାଟକ ଦର୍ଶକଙ୍କ ମନ ମୋହିଥିଲା। ରାବଣ ଭୂମିକାରେ ମନୋଜ ମହାନ୍ତି, ସୀତା – ମାନସ ସାହୁ,ହନୁମାନ – ସୁରେନ୍ଦ୍ର ଦନ୍ତା, ଅକ୍ଷୟ -ବୁଦ୍ଧରାମ ରଣା , ଇନ୍ଦ୍ରଜିତ – ସଚ୍ଚିଦାନନ୍ଦ ଖମାରୀ, ମହାମନ୍ତ୍ରି – ସଞ୍ଜୀବ ବାରିକ, ଜମ୍ବୁମାଳି- ମନୋଜ ବାରିକ, ଦୂତ- ଶାନ୍ତନୁ ବଡମାଳି, ରାଜ ନର୍ତ୍ତକୀ – ଏଲିନା, ସୋନା ଓ ବର୍ଷା ଅଭିନୟ କରିଥିଲେ।
ସାଜସଜ୍ଜା – କୁଶ ସେଠୀ ଓ ବାଦ୍ୟଯନ୍ତ୍ରରେ ସୁଶାନ୍ତ ମାହାର, ସୌମିତ୍ରୀ ମଲ୍ଲିକ, ସୁଧୀର ବଡଚାଟ ସହଯୋଗ କରିଥିଲେ।
ଆଜିର ସଂ।ସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ପୌର।ଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର ଯୋଗଦେଇ ଉଦ୍ଘାଟନ କରିଥିଲେ।
ସମ୍ମାନୀତ ଅତିଥି ଭାବେ ମୁଣ୍ଡାପଡ଼ା ପଂଚାୟତ ପୂର୍ବତନ ସରପଂଚ ବିଦ୍ୟାଧର ସ୍ୱାଇଁ, ତେଲିବନ୍ଧ ପେକ୍ସ ସଭାପତି ତ୍ରିପୁର ମହାକୁଡ, ସ୍ୱେଚ୍ଛାସେବୀ ସ୍ୱାଧୀନ କୁମାର ପ୍ରଧାନ, ଖୁଣ୍ଟବନ୍ଧ ପେକ୍ସସ ସଭାପତି ରାଜ କିଶୋର ଦେହୁରୀ,ସ୍ଵେଚ୍ଛାସେବୀ ବିକ୍ରମ ମହାନନ୍ଦିଆ ପ୍ରମୁଖ ଯୋଗ ଦେଇ ଏଭଳି ଏକ କାର୍ଯ୍ୟକ୍ରମ କରିଥିବାରୁ ଆୟୋଜକଙ୍କୁ ପ୍ରଶଂସା କରି ଥିଲେ।
ପୁର୍ବତନ ସରପଞ୍ଚ ଯୋଗେଶ୍ୱର ମହ।କୁଲ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ ।
ରାବଣ ଭୂମିକାରେ ମନୋଜ ମହାନ୍ତିଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିଳମ୍ୱିତ ରାତି ପର‌୍ୟ୍ୟନ୍ତ ବାନ୍ଧି ରଖିଥିଲା । ନାଟକକୁ ଦେଖିବାକୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଆଖ ପାଖ ଅଞ୍ଚଳର ଶହ ଶହ ଦର୍ଶକ ଉପଭୋଗ କରିଥିଲେ।
ଖୁଣ୍ଟବନ୍ଧ ଗ୍ରାମବାସୀ ଓ କଳିଙ୍ଗ ଯୁବ ପରିଷଦ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031