Indus Valley Times

ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖରେ ଥିବା ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ବେଗୁନିଆ ବୋଲଗଡ଼ ବ୍ଲକ ପରିଦର୍ଶନ

 Breaking News

ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖରେ ଥିବା ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ବେଗୁନିଆ ବୋଲଗଡ଼ ବ୍ଲକ ପରିଦର୍ଶନ

ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖରେ ଥିବା ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ବେଗୁନିଆ ବୋଲଗଡ଼ ବ୍ଲକ ପରିଦର୍ଶନ
April 10
09:21 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୦/୪ : ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖରେ ଥିବା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ, ଶ୍ରମ ଏବଂ ରାଜ୍ୟ କର୍ମଚାରିବୀମା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ଗତକାଲି ଠାରୁ ତିନିଦିନିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଆଜି ବେଗୁନିଆ ଓ ବୋଲଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ନୂତନ ଭାବେ ଚାଲୁରହିଥିବା ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ବୁଲିଦେଖିବା ସହ ଉପୁଜୁଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରି ପ୍ରକଳ୍ପ କାର୍ଯ୍ୟ ଆଗେଇନେବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି।
ବେଗୁନିଆ ବ୍ଲକ କୁଶପଲ୍ଲା ଠାରେ ୧୮୮ କୋଟି ୧୫ ଲକ୍ଷ ବ୍ୟୟ ଅଟକଳରେ ନବ ନିର୍ମିତ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗଣ ଓ ପରିମଳ ରଶ୍ମିତା ଦାସଙ୍କୁ ପଚାରି ବୁଝି ସମାଧାନ ନିମନ୍ତେ ନିର୍ଦେଶ ଦେଇଥିଲେ ।
ମହାନଦୀରୁ ପାଣି ଉଠାଇବା, ପାଇପ ଲାଇନ ସଂଯୋଗ, ଜମି ଜମା ସମସ୍ୟା, ଶ୍ରମିକ ନିଯୁକ୍ତି , ଶ୍ରମିକ ମାନଙ୍କୁ ତାଲିମ ଦେଇ କାର‌୍ୟ୍ୟ କରାଇବା, କାର୍ଯ୍ୟର ମାନ ଉତ୍ତମ ମାନର ହେବା, ଶ୍ରମିକ ମାନଙ୍କ ରେଜିଷ୍ଟର ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା,ଅଂଚଳରେ ଥିବା ଶ୍ରମିକ କାର୍ଡ ଧାରୀଙ୍କୁ ଶ୍ରମ ପ୍ରଦାନ କରିବା ଓ ଶ୍ରମିକ କାର୍ଡ ଯାଞ୍ଚ କରିବାକୁ ଶ୍ରମ ଅଧିକାରୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇ ଆସନ୍ତା ୯ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ଓ ମେସେର୍ଷ ଲାର୍ଜେନ ଆଣ୍ଡ ଟାଉବ୍ରୋ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ପାନୀୟ ଜଳ ପ୍ରକଳ୍ପରେ ବେଗୁନିଆ ବ୍ଲକର ୫ ଗୋଟି ପଂଚାୟତ ସମେତ, ଖୋର୍ଦ୍ଧା ଓ ଜଟଣୀ ବ୍ଲକର ସମସ୍ତ ପଞ୍ଚାୟତବାସୀ ଉପକୃତ ହୋଇପାରିବେ।
ପରେ ପ୍ରମୁଖ ଶାସନ ସଚିବ ରାଧାକାନ୍ତପୁର ଗ୍ରାମ ପଂଚାୟତ ଅଧୀନ ଧାନଘର ନୂଆଗାଁ ଗ୍ରାମ ପରିଦର୍ଶନ କରି ସଫଳ ଉଦ୍ୟାନ ଚାଷୀ ଶୁଶାନ୍ତ ପ୍ରଧାନଙ୍କୁ ଭେଟି ବିଭିନ୍ନ ଚାଷ ପଦ୍ଧତି ଓ କୌଶଳ ସମ୍ବଦ୍ଧରେ ପଚାରି ବୁଝିବାସହ ଅଧିକରୁ ଅଧିକ ଚାଷ ପଦ୍ଧତିକୁ ଯୁବକ ମାନେ କିପରି ଆପେଣେଇବେ ସେ ସମ୍ବନ୍ଧରେ ସହକାରୀ ନିର୍ଦେଶକ, ଉଦ୍ୟାନ କୃଷିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରମୁଖ ଶାସନ ସଚିବ ସେଠାରେ ଶୁଶାନ୍ତ ପ୍ରଧାନଙ୍କ ଲେମ୍ବୁ ଚାଷ, ଗେଣ୍ଡୁ ଚାଷ, ପୋଟଳ, ମାଛ, କୁନ୍ଦୁରି, କେନ୍ଦୁ ଆଦି ଚାଷ ଫାର୍ମ ବୁଲି ଦେଖିଥିଲେ। ଶୁଶାନ୍ତ ପ୍ରଧାନଙ୍କ ଚାଷ କ୍ଷେତକୁ ପାଣିର ଅଧିକ ଆବଶ୍ୟକତା ଥିବା ପ୍ରମୁଖ ଶାସନ ସଚିଵଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଗ୍ରାଉଣ୍ଡ ୱାଟର ବୋର୍ଡ ସହ ପରାମର୍ଶ କରି ପାଣି ଯୋଗାଇବା, କେନାଲରେ କଲଭର୍ଟ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ। ସେହିପରି ସଏଲ ହେଲଥ କାର୍ଡ ଆପେଣେଇବାକୁ ପ୍ରମୁଖ ଶାସନ ସଚିବ ଶୁଶାନ୍ତ ପ୍ରଧାନଙ୍କୁ ପରାମର୍ଶ ଦେଇ ତାଙ୍କର ଉଦ୍ୟାନ କୃଷିକୁ ଭୁୟସୀ ପ୍ରସଂଶା କରିଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅରୁମୁଗମ ଧଳାପଥର ଉତ୍ପାଦନକାରୀ ଗୋଷ୍ଠୀଙ୍କ କାର୍ଯ୍ୟ, ଗେଡିଆପଲ୍ଲୀ ଅଂଚଳର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ତଦାରଖ କରିଥିଲେ। ପ୍ରମୁଖ ଶାସନ ସଚିବଙ୍କ ସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତିଶଙ୍କର ସାହୁ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ଶ୍ରୀମତୀ ସ୍ମିତା ମହାନ୍ତି, ଉଭୟ ବ୍ଲକର ବି ଡ଼ି ଓ ଏବଂ ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031