Indus Valley Times

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

 Breaking News

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ
January 26
20:24 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୬/୧: ଆଜି ରାଜ୍ୟ ସରକାର ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି ।
ଏହି ଉପଲକ୍ଷେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ସଦର ମହକୁମା ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ମୁଖ୍ୟ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।
ନିଜ ଅଭିଭାଷଣରେ ଉପମୁଖ୍ୟମନ୍ତ୍ରୀ ମା ବରୁଣେଇ, ଶ୍ରୀଜଗନ୍ନାଥ ଏବଂ ଖୋର୍ଦ୍ଧା ପାଇକ ମାଟିକୁ ପ୍ରଣାମ ଜଣାଇଥିଲେ ।
ଖୋର୍ଦ୍ଧା ବକ୍ସି ଜଗବନ୍ଧୁ, ଦଳ ବେହେରା ଭ୍ରମରବର ରାୟ, ମାଧବ ଚନ୍ଦ୍ର ରାଉତରାୟ, ଜୟୀ ରାଜଗୁରୁ, କୃତିବାସ ପାଟ୍ଟଶାଣୀ, ଗୋଦାବରିଶ ମହାପାତ୍ର, ଗୋଦାବରିଶ ମିଶ୍ର,ମାୟାଧର ମାନସିଂହଙ୍କ ଆଦର୍ଶ ଓ ବୀରତ୍ବର ଗାଥା କହୁଥିବା ବେଳେ ଏ ମାଟି ରକ୍ତର ଇତିହାସକୁ ମନେ ପକାଇଥାଏ ।
ଏ ମାଟିରେ ଭାରତ ବର୍ଷର ପ୍ରଥମ ସଂଗଠିତ ମୁକ୍ତି ସଂଗ୍ରାମ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା। ସାଧାରଣ ତନ୍ତ୍ର ଦିବସ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିବସ ।
୧୯୫୦ ଜାନୁୟାରୀ ୨୬ ତାରିଖରେ ଭାରତ ସମାଜବାଦୀ, ସାର୍ବଭୌମ, ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ପାଇଲା । ଆମ ଦେଶ କୌଣସି ଶାସକଙ୍କ ମନମୁଖୀ ନୁହେଁ, ଏହା ଭାରତର ଲୋକମାନଙ୍କ ଶାସନ ।
ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଯେଉଁ ବିଶ୍ଵର ସବୁଠାରୁ ମହାନ୍ ସମ୍ବିଧାନ ଲେଖିଛନ୍ତି ସେଥିପାଇଁ ମୁଖ୍ୟ ଅତିଥି ସମସ୍ତ ମହାମନିଷୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ମୁଖ୍ୟ ଅତିଥି ଆହୁରି କହିଥିଲେ ହରେକୃଷ୍ଣ ମହତାବ, ବିଶ୍ଵନାଥ ଦାସ ଓଡ଼ିଶାର ଗାଥାକୁ ସମ୍ବିଧାନରେ ପରିପ୍ରକାଶ କରିଥିଲେ କ୍ଷ ସ୍ବପ୍ନ, ଅଭିପସା, ସାମାଜିକ ସଂସ୍କାର, ରାଜନୈତିକ ସ୍ଵାଧୀନତା, ଧର୍ମ ନିରପେକ୍ଷତା, ସମସ୍ତ ମୂଲ୍ୟବୋଧକୁ ସମ୍ମାନ ଆମ ସମ୍ବିଧାନର ଭିତ୍ତିଭୂମି ।
ଗଣତନ୍ତ୍ର ସେତେବେଳେ ସଶକ୍ତ ହୁଏ ଯେତେବେଳେ ମହିଳା ଶସକ୍ତି କରଣ ବିକାଶ ହୁଏ । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ନିଶ୍ଚିତ ରୋଜଗାର ଅଜିଭିକା ମିଶନ ଗ୍ରାମିଣରେ ମହିଳା ମାନଙ୍କୁ ସର୍ବ ବିକାଶ ମୁଖି ଯୋଜନାରେ ସାମିଲ କରି ଆଗକୁ ବଢ଼ା ଯାଉଛି ।
ପ୍ରତି ଭଉଣି ମାନଙ୍କୁ ସଫଳ ଉଦ୍ୟୋଗୀ, ଲକ୍ଷ ପତି ଦିଦି, ଅନୁସୂଚିତ ଜନଜାତି ମା ଭଉଣି ମାନଙ୍କୁ ଓଡ଼ିଶାର ପାରମ୍ପାରିକ ହସ୍ତ ଶିଳ୍ପ ଓ ହସ୍ତ, କୁଟୀର ଶିଳ୍ପ କୁ ବିଶ୍ୱ ସ୍ତରୀୟ କରିବା ପାଇଁ ପ୍ରଚେଷ୍ଟା ଜାରି ଅଛି ।
ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ପୁଷ୍ଟି ସାଧନ, ଆର୍ଥିକ ପ୍ରଗତି ପାଇଁ ଡିଜିଟାଲ ରୁପାନ୍ତରି କରଣ,୨୦୩୬ ବିକଶିତ ଓଡ଼ିଶା ଓ ୨୦୪୭ ବିକଶିତ ଭାରତ, ସେମି କଣ୍ଡକ୍ଟର ଶିଳ୍ପ, ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ବୟୋଜ୍ୟେଷ୍ଠ ନିମନ୍ତେ ଯୋଜନା, ଖୋର୍ଦ୍ଧାର ନୀଳାମ୍ବୁ ଚିଲିକା, ଅଟ୍ରି ଉଷ୍ଣ ପ୍ରସବଣ, ବରୁଣେଇଗଡ, ମଙ୍ଗଳା ଯୋଡ଼ି,ଓ ଧଉଳି ପରି ପର୍ଯ୍ୟଟନ ସ୍ଥଳୀ ବିକାଶ ପାଇଁ ଯୋଜନା ପ୍ରସ୍ତୁତ ସରିଛି ଯାହା ବିକଶିତ ଓଡ଼ିଶା ଗଠନ ରୁପାୟନକୁ ବିଶ୍ଵ ସ୍ତରରେ ଆଦୃତ କରିବ ।
ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି ବିକାଶ, ଜୀବିକା ମିଶନ, ଜଳବାୟୁର ବିକାଶ, ଦାଦନ ଶ୍ରମିକ ରୋକିବା, ପର୍ଯ୍ୟଟନର ଦିବ୍ୟ ଦର୍ଶନ ତୀର୍ଥଯାତ୍ରା ୨୦୪୭ ସୁଦ୍ଧା ପୂର୍ଣ୍ଣ ମାନବ ସମ୍ବଳର ବିକାଶ ସରକାର ଲକ୍ଷ୍ୟ ରଖିଛନ୍ତି ଯାହା ଖୋର୍ଦ୍ଧାର ବୀର ମାଟି ପରମ୍ପରାକୁ ସମ୍ପୂର୍ଣ ରୁଦ୍ଧିମନ୍ତ କରିବବୋଲି ନିଜ ଅଭିଭାଷଣରେ ଉପମୁଖ୍ୟ ମନ୍ତ୍ରୀ ପ୍ରକାଶ କରିଥିଲେ ।
ପରେ ଜିଲ୍ଲା ସ୍ତରୀୟ ବିଭିନ୍ନ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ସଡ଼କ ସୁରକ୍ଷାରେ ଉଲ୍ଲେଖନୀୟ ସେବା ଗୁଡ଼ ସମରିଟାନ ଭାବେ ଜିଲ୍ଲାର ଅମିତ୍ କୁମାର ଦାସ,ବିକ୍ରମ ବିହାରୀ ଏବଂ ଆନ୍ତର୍ଜାତୀୟ କ୍ରୀଡାବିତ୍ ବିଚିତ୍ର ନାୟକଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଜ୍ଞାପନ ମେଢ ପ୍ରତିଯୋଗିତାରେ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା କୃଷି ବିଭାଗ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ବିଜେତା ପାଇଁ ଟ୍ରଫି, ସାର୍ଟିଫିକେଟ ଓ ଉପଢ଼ୌକନ ଦେଇ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଜେବି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୁକୁନ୍ଦ ପ୍ରସାଦ, ଦ୍ୱିତୀୟ ଏବଂ ସିଗ୍ମା ପବ୍ଲିକ ସ୍କୁଲ, ଖୋର୍ଦ୍ଧା ତୃତୀୟ ସ୍ଥାନ ଅଧିକାର କରିଥିବା ପାଇଁ ଟ୍ରଫି, ସାର୍ଟିଫିକେଟ ଦେଇ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।
ପ୍ୟାରେଡ ପ୍ରତିଯୋଗିତାରେ ସିନିୟର୍ ଏନ୍ ସି ସି, ପି ଏନ୍ କଲେଜ, ଜୁନିଅର ଏନ୍ ସି ସି ଆର‌୍ୟ୍ୟଭଟ୍ଟ ଆନ୍ସିଏଣ୍ଟ ଏକାଡେମୀ, ସ୍ଵତନ୍ତ୍ର ଛାତ୍ର ପୁଲିସ ବାଳିକା ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା,ସ୍କାଉଟ ବାଳକ ବିଜେବି ହାଇସ୍କୁଲ, ଗାଇଡ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ, ଅନ୍ୟାନ୍ୟ ବେସାମରିକ ପି ଏନ୍ କଲେଜ, ସିଭିଲିଆନ ହାଇସ୍କୁଲ ଏସ ଡି ଏ, ଖୋର୍ଦ୍ଧା,ସିବିଲିଆନ ଉଚ୍ଚ ପ୍ରାଥମିକ ମୁକୁନ୍ଦ ପ୍ରସାଦ ୟୁ ଜି ଏମ ଇ,ସିବିଲିଆନ ପ୍ରାଥମିକ ଶିଶୁ ବିହାର, ଗୁରୁଜଙ୍ଗ ଏବଂ ଶାନ୍ତି ଶୃଙ୍ଖଳା ପାଇଁ ସିନିୟର୍ ଡିଭିଜନ ଏନ୍ ସି ସି ,ପି ଏନ୍ କଲେଜ ଯଥାକ୍ରମେ ପ୍ୟାରେଡ଼ରେ ପୁରସ୍କୃତ ହୋଇଥିଲେ ।
ପରେ ମୁଖ୍ୟ ଅତିଥି ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଏକ ସାଇକଲ ରାଲୀକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହାପରେ ଜେଲରେ ବନ୍ଦୀ ମାନଙ୍କୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ ଅନ୍ତେବାସୀ ରୋଗୀମାନଙ୍କୁ ଫଳ ବଣ୍ଟନ କରି ଶକ୍ତି କାଫରେ ମହିଳା ମାନଙ୍କ ସହ କାଫେର ଉନ୍ନତି ଦିଗରେ ଆଲୋଚନା କରିଥିଲେ ।
ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲାପାଳ ଅମ୍ରତ ଋତୁରାଜ, ଏସ୍ପି ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶୋନାମିକା ରାୟ, ଆସିଷ୍ଟାଣ୍ଟ କମାଡାଣ୍ଟ ଧର୍ମେନ୍ଦ୍ର ପ୍ରଧାନ,ଡି ଏସ ପି ଅନିଲ ମହାନ୍ତି,ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ଡେପୁଟୀ କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର, ଡେପୁଟୀ କଲେକ୍ଟର, ରାଜସ୍ବ ନିବେଦିତା ପରିଡ଼ା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଟି ଆର ଓ ଏ ଏସ,ଓ ଆର ଏସ , ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୂରୀ ଅରବିନ୍ଦ ଦାସ ଯୋଗ ଦେଇଥିଲେ ।
ପ୍ୟାରେଡ଼ରେ ଆଇ ଟି ବି ପି, ଷଷ୍ଠ ଆଇ ଆର ବି ,ଏ ପି ଆର , ହୋମଗାର୍ଡ,ପୋଲିସ ବ୍ୟାଣ୍ଡ ପାର୍ଟି ଏବଂ ମହା ବିଦ୍ୟାଳୟ ଓ ବିଦ୍ୟାଳଗୁଡିକର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମୋଟ ୫୨ କଣ୍ଟି ଜେଣ୍ଟ ଭାଗ ନେଇଥିଲେ ।
ପ୍ୟାରେଡ ପରିଚାଳନାରେ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ବିଜୟ କୁମାର ସାହୁ ସମ୍ପାଦିତ କରିଥିଲେ । ପ୍ରତ୍ୟୁଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମ ଧୁନ ପ୍ରଚାର କରାଯାଇଥିଲା ।
ଆଜିର କାର୍ଯ୍ୟକ୍ରମ ରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ , ଜନପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଏବଂ ସାଧାରଣ ଜନତା ଯୋଗଦେଇଥିଲେ। ସର୍ବୋପରି ଜିଲ୍ଲା ସ୍ତରୀୟ ପବିତ୍ର ୭୭ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସ, ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଯାଇଅଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031