Indus Valley Times

ଖୋର୍ଦ୍ଧା ପାଇକ ବିଦ୍ରୋହ ଦିବସ ପାଳିତ,ସ୍ମରଣୀୟ ହୋଇ ରହିବ ପାଇକ ବିଦ୍ରୋହର ବୀରତ୍ୱ କାହାଣୀ

 Breaking News

ଖୋର୍ଦ୍ଧା ପାଇକ ବିଦ୍ରୋହ ଦିବସ ପାଳିତ,ସ୍ମରଣୀୟ ହୋଇ ରହିବ ପାଇକ ବିଦ୍ରୋହର ବୀରତ୍ୱ କାହାଣୀ

ଖୋର୍ଦ୍ଧା ପାଇକ ବିଦ୍ରୋହ ଦିବସ ପାଳିତ,ସ୍ମରଣୀୟ ହୋଇ ରହିବ ପାଇକ ବିଦ୍ରୋହର ବୀରତ୍ୱ କାହାଣୀ
March 30
18:43 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩୦/୩ : ଖୋରଧା ପାଇକ ବିଦ୍ରୋହ ୧୮୧୭ ମସିହା ମାର୍ଚ୍ଚ ମାସ ୨୯ ତାରିଖ ଦିନ ବାଣପୁରରୁ ପ୍ରଥମେ ବକ୍ସି ଜଗବନ୍ଧୁ ଓ ଦେୱାନ କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ ଆରମ୍ଭ ହୋଇ ସମଗ୍ର ଖୋର୍ଦ୍ଧା ତଥା କୁଜଙ୍ଗ ହରିଶପୁର ଆଦି ଅଂଚଳକୁ ବ୍ୟାପୀ ଯାଇଥିଲା।
ପାଇକ ବିଦ୍ରୋହର ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖକୁ ମନେ ପକାଇବା ପାଇଁ ଖୋରଧା ଦଳବେହେରା ସଂଘ ପକ୍ଷରୁ ଆଜି ବିଜେବି ହାଇସ୍କୁଲ ଠାରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା ।
ରାମଚଣ୍ଡୀ ଦଳବେହେରା ମୃତ୍ୟୁଞ୍ଜୟ ଛୋଟରାୟଙ୍କ ଅଧ୍ୟକ୍ଷତାରେ ବାଲିହୁଙ୍କା ଦଳବେହେରା ଅଜୟ କୁମାର ମାନଧାତା, ବଡ଼ପାରି ଦଳବେହେରା ସୌକତ ରଂଜନ ମାଳବିହାର, ଜୟମଙ୍ଗଳ ଦଳବେହେରାଙ୍କ ଦାୟାଦ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଡ଼ିହପୁର ଦଳବେହେରାଙ୍କ ଦାୟାଦ ସୁବାସ ଚନ୍ଦ୍ର ସାମନ୍ତରାୟ, କଳିଙ୍ଗ ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନ, ଐତିହାସିକ ସତ୍ୟବାଦୀ ବଳିଆରସିଂହ, ରାଜେନ୍ଦ୍ର କୁମାର ନରେନ୍ଦ୍ର, ବିନାୟକ ପାଇକରାୟ, ବେଲେଶ୍ୱର ଯୁଝାରସିଂହ, ବୈଦ୍ୟନାଥ ବରାଳ, ବିଦ୍ୟାଧର ଲେଙ୍କା, ସ୍ତମ୍ଭକାର ସମରେନ୍ଦ୍ର ବଳିଆରସିଂହ, ପ୍ରଫୁଲ୍ଲ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଏହାପରେ ପଞ୍ଚପାଇକ ପୀଠରେ ମାଲ୍ୟାର୍ପଣ କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ ପାଇକ ବିଦ୍ରୋହ ହେବା ପୂର୍ବରୁ ବକ୍ସି ଜଗବନ୍ଧୁ ନିଜ ଶ୍ୱଶୁର ସେରଗଡ଼ ରାଜା ହରିକୃଷ୍ଣ ସିଂହଦେଓ ଓ ମଳାଶୁର ଘୁମୁସର ରାଜା ଶ୍ରୀକର ଭଞ୍ଜଙ୍କ ସହ ଆଲୋଚନା କରି ଘୁମୁସର ଅଂଚଳରୁ ବଛା ବଛା କନ୍ଧ ସୈନ୍ୟଙ୍କୁ ବାଣପୁର ପଠାଇବା ବ୍ୟବସ୍ଥା କରିଥିଲେ । ସେ ନିଜେ ବାଣପୁର ଭାଟପଡ଼ାରେ ଅପେକ୍ଷା କରି ରହିଥିଲେ ।
କନ୍ଧ ସୈନ୍ୟମାନେ ଆସିବା ପରେ ଭାଟପଡ଼ା ଦଳବେହେରା ଦୀନବନ୍ଧୁ ସାମନ୍ତରାୟ, ପଂଚୁପଲ୍ଲୀ ଦଳବେହେରା ଶ୍ରୀ ହରି ମାନସିଂହ, ଛତ୍ରଗଡ଼ ଦଳବେହେରା ରଥି ସାମନ୍ତସିଂହାର, କନ୍ଧ ସର୍ଦ୍ଦାର ବ୍ରଜାନନ୍ଦ ସିଂହ, ଅରାଙ୍ଗ ଦଳବେହେରା ଶ୍ୟାମସୁନ୍ଦର ପାଟ୍ଟଶାଣୀ ନିଜ ନିଜର ପାଇକ ସୈନ୍ୟକୁ ନେଇ ବିଦ୍ରୋହରେ ଯୋଗ ଦେଇଥିଲେ ।
ବାଣପୁରରେ ଥିବା ଇଂରେଜ ସେନା ପ୍ରାଣ ଭୟରେ ପଳାୟନ କରିଥିଲେ । ଏହା ପରେ ବିଦ୍ରୋହୀ ମାନେ ଖୋର୍ଦ୍ଧା, ପାଂଚଗଡ଼ ଓ ଗଙ୍ଗପଡ଼ାରେ ଖଣ୍ଡଯୁଦ୍ଧ କରିଥିଲେ । ପାଇକ ବିଦ୍ରୋହର ବୀରତ୍ୱର କାହାଣୀ ଯୁଗ ଯୁଗ ପାଇଁ ସ୍ମରଣୀୟ ହୋଇ ରହିବ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031