Indus Valley Times

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ “୬୯ ତମ ରେଳସେବା ପୁରସ୍କାର ବିତରଣ ଉତ୍ସବ

 Breaking News

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ “୬୯ ତମ ରେଳସେବା ପୁରସ୍କାର ବିତରଣ ଉତ୍ସବ

March 25
10:10 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୫/୩ : ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ପକ୍ଷରୁ ସ୍ଥାନୀୟ ରେତଙ୍ଗ କଲୋନୀ ରେଲୱେ କଲ୍ୟାଣ ମଣ୍ଡପ ଠାରେ ୬୯ ତମ ରେଳସେବା ପୁରସ୍କାର ୨୦୨୪ ବିତରଣ ଉତ୍ସବ ଆୟୋଜିତ କରାଯାଇଥିଲା । କର୍ମଚାରୀ ମାନଙ୍କ ନିଷ୍ଠାପର ପ୍ରୟାସ ଏବଂ କଠିନ ପରିଶ୍ରମକୁ ସମ୍ମାନିତ କରଯାଇଛି।
ଏହି ଉତ୍ସବରେ, ରେଳମଣ୍ଡଳର ୫୬ ଜଣ ରେଳ କର୍ମଚାରୀଙ୍କୁ, ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ, ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା ସମ୍ମାନିତ କରିଥିଲେ।
ପୁରସ୍କାର ବିଜେତାମାନଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ(ଋଉଙଜଡଡଙ ର ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର, ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ଶ୍ରୀ ପି.କେ. ବେହେରା ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଶୁଭ୍ରଜ୍ୟୋତିମଣ୍ଡଳ, ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀ ଏଚ୍ ଏସ ବାଜ୍ଵା, ନିଜ ଅଭିଭାଷଣରେ ସମସ୍ତ ପୁରସ୍କାର ବିଜେତାଙ୍କୁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ଏବଂ ପ୍ରଗତିଶୀଳ ମନୋଭାବ ପାଇଁ ଅଭିନନ୍ଦନ ଜଣାଇଥିଲେ। ପୂର୍ବତଟ ରେଳବାଇ ଦ୍ୱାରା ଆୟୋଜିତ ବିଶିଷ୍ଟ ରେଳ ସେବା ପୁରସ୍କାର -୨୪ ରେ ଖୋର୍ଦ୍ଧାରୋଡ ଡିଭିଜନ ୬ ଟି ଦକ୍ଷତା ସିଲ୍ଡ ହାସଲ କରିଛି ବୋଲି ସେ ପ୍ରକାଶ କରିଥିଲେ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ହୋଇଥିବା ସଫଳତାକୁ ଦୃଷ୍ଟିରେ ରଖି ସେ କହିଛନ୍ତି ଯେ ମାଲ ପରିବହନରେ (ଲୋଡିଂ ଏବଂ ଅନଲୋଡିଂ) ଖୋର୍ଦ୍ଧାରୋଡ ଡିଭିଜନ୍, ସମସ୍ତ ଡିଭିଜନ ମଧ୍ୟରେ ପ୍ରଥମ ସ୍ଥାନ ହାସିଲ କରିଛି ଏବଂ ମାଲ ବୋଝେଇ (ଲୋଡିଂ ଦୃଷ୍ଟିରୁ) ଭାରତୀୟ ରେଳବାଇରେ ଖୋର୍ଦ୍ଧାରୋଡ ରେଳମଣ୍ଡଳ ତୃତୀୟ ସ୍ଥାନରେ ରହିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯାତ୍ରୀବାହୀ ଟ୍ରେନ୍ ସେବା ଏବଂ ସୁବିଧା ବ୍ୟତୀତ, ୨୦୨୪-୨୦୨୫ ରେ ବନ୍ଦେ ଭାରତ ଏକ୍ସପ୍ରେସ ଭଳି ନୂତନ ଟ୍ରେନ୍ ପ୍ରଚଳନ କରାଯାଇଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଅନେକ ଷ୍ଟେସନର ପୁନଃବିକାଶ କରାଯାଇଛି ଏବଂ ଭିତ୍ତିଭୂମି ବିକାଶକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି।
ଏହି ପୁରସ୍କାର ବିତରଣ ସମାରୋହରେ ମଣ୍ଡଳ ରେଳ ପ୍ରବନ୍ଧକ ଉଲ୍ଲେଖନୀୟ ରେଳବାଇ ପୁରୁଷ ଏବଂ ମହିଳା କର୍ମଚାରୀଙ୍କୁ ରେଳସେବା ପୁରସ୍କର -୨୦୨୪ ପ୍ରଦାନ କରିଥିଲେ।
ଭାରତୀୟ ରେଳବାଇରେ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳକୁ ସର୍ବୋତ୍ତମ କରିବା ପାଇଁ ସମାନ ଉତ୍ସର୍ଗୀକୃତ ତଥା ସହଯୋଗରେ କାର୍ଯ୍ୟ କରିବାକୁ ସେ ସମସ୍ତ କର୍ମଚାରୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ କର୍ମଚାରୀ, ଶ୍ରୀଜନକୁଞ୍ଜ, ଉତ୍କଳପବ୍ଲିକ ସ୍କୁଲ ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ପିଲାମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ପୁରସ୍କାର ବିତରଣ ସମାରୋହରେ ସମସ୍ତ ଶାଖା ଅଧିକାରୀ ,ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ। ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବରିଷ୍ଠ କାର୍ମିକ ଅଧିକାରୀ ଶ୍ରୀ ଆର୍ ଏନ ଏ ପରିଡ଼ାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031