Indus Valley Times

ଗଜପତି: ଅଟୋ ଗାଡି ସହ ୧୨୩ କିଲୋ ଗଞ୍ଜାଇ ଜବତ , ଜଣେ ଗିରଫ

 Breaking News

ଗଜପତି: ଅଟୋ ଗାଡି ସହ ୧୨୩ କିଲୋ ଗଞ୍ଜାଇ ଜବତ , ଜଣେ ଗିରଫ

ଗଜପତି: ଅଟୋ ଗାଡି ସହ ୧୨୩ କିଲୋ ଗଞ୍ଜାଇ ଜବତ , ଜଣେ ଗିରଫ
April 24
20:19 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୪: ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ଅଡାସିଂ ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ଓ ଯାନବାହନ ଯାଞ୍ଚ ଡ୍ୟୁଟି କରା ଯାଉଥିବା ବେଳେ ଏ ଦିଗରେ ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି ।
ସମ୍ପୃକ୍ତ ଅଞ୍ଚଳରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଶ୍ରୀ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଏହି ପେଟ୍ରୋଲିଙ୍ଗ ଡ୍ୟୁଟି ଚାଲିଥିଲା ।
ତେବେ ଏହି ସମୟରେ ବିଭାଗିୟ ଅଧିକାରୀ , ଗଞ୍ଜାଇ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ଖବର ପାଇ ସମ୍ପୃକ୍ତ ଅଡାସିଂ ଛକ ଠାରେ ଯିବା ଆସିବା କରୁଥିବା ଯାନାବାହାନ ଉପରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଥିଲେ ।
ଏହି ଯାଞ୍ଚ ବେଳେ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଥିଲା ଯାହାକି ଏପି-୩୦ ଟିସି-୪୧୨୦ ନମ୍ବର ଥିବା ଏକ ହଠାତ ମୋହନା ପଟରୁ ଦ୍ରୁତ ଗତିରେ ଆସି ଅଡାସିଂ ଛକ ଦେଇ ପଡୋଶୀ ଆନ୍ଧ୍ରର ଗୋପିଲି ଆଡକୁ ଯାଉଥିବା ଦେଖି ସନ୍ଦେହରେ ଅଟୋ ଗାଡିକୁ ଅଟକାଇ ଥିଲେ ।
ଅଟୋକୁ ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ ସେଥି ମଧ୍ୟରୁ ଥିବା ୧୨୩ କେଜି ଗଞ୍ଜାଇ ଜବତ କରାଯିବା ସହ ଜୋସେଫ ନାୟକ(୨୩) ନାମକ ଜଣେ ଆସାମିକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି ।
ଏ ସଂକ୍ରାନ୍ତରେ ଆଇବି , ଡ଼ିଏମୟୁ– -ପିଆର ନଂ -୫/୨୨-୨୩ ତା:- ୨୩/୪/୨୦୨୨ରେ ଗୋଟିଏ ଏନଡିପିଏସ: ମକଦ୍ଦମା ଆସାମୀ ବିରୁଦ୍ଧ\’ରେ ରୁଜୁ କରାଯାଇଛି ।
ଜବତ ଗଞ୍ଜାଇ ସବୁର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟରେ ହେବ ବୋଲି ବିଭାଗିୟ ପକ୍ଷରୁ କୁହାଯାଇଛି । ଗିରଫ ଆସାମୀ ଜୋସେଫ ନାୟକ, ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଳାସପଦର ଗ୍ରାମ ଅଞ୍ଚଳର ।
, ଏହି ଚଢ଼ାଉରେ ଜିଲ୍ଲା ଅବକାରୀ ବିଭାଗର ଭ୍ରାମ୍ୟମାଣ ସବ ଇନସପେକ୍ଟର , ଶ୍ରୀ କିଶୋର ଚନ୍ଦ୍ର ରଥ ଏଏସଆଇଙ୍କ ସମେତ ଶ୍ରୀ ସୁଜି ଶବର , ଶ୍ରୀ ଦୀପକ କୁମାର ମହାପାତ୍ର , ଶ୍ରୀ ଶୁରେଶ ଚନ୍ଦ୍ର ମିଶ୍ର , ଶ୍ରୀ ତ୍ରିନାଥ ଶବର , ଓ ଅନ୍ୟାନ୍ୟ ବିଭାଗିୟ କର୍ମଚାରି ଭାଗ ନେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30