Indus Valley Times

ଗଜପତି : କାଶୀନଗର ଠାରେ କାଶୀନଗର ବ୍ଲକ ସାମ୍ବାଦିକ ସଂଘ (ଏସ୍ୟୁଜେ:)ର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : କାଶୀନଗର ଠାରେ କାଶୀନଗର ବ୍ଲକ ସାମ୍ବାଦିକ ସଂଘ (ଏସ୍ୟୁଜେ:)ର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

November 21
20:03 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୧୧: ଗଜପତି ଜିଲ୍ଲା କାଶୀନଗର ବ୍ଲକ ସଦର ମହକୁମା କାଶୀନଗର ଠାରେ ରାଜ୍ୟ ସାମ୍ବାଦିକ ୟୁନିଅନ ଓଡିଶା (ଏସ୍ୟୁଜେ)ର କାଶୀନଗର ବ୍ଲକ ଶାଖା ସାମ୍ବାଦିକ ସଙ୍ଘର ଏକ ସାଧାରଣ ବୈଠକ କାର୍ଯ୍ୟକ୍ରମ ଓ ଏସ୍ୟୁଜେ: କାଶୀନଗର ବ୍ଲକ ଶାଖାର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏସ୍ୟୁଜେ: ଗଜପତି ଜିଲ୍ଲା ଶାଖାର ସଭାପତି ଶ୍ରୀ ଗରୁଡଧ୍ୱଜ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା , ବିବରଣୀ ପାଠ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ଗଣେଶ କୁମାର ରାଜୁ , ଶ୍ରୀ ରଶ୍ମିରଂଜନ ମିଶ୍ର , ଶ୍ରୀ ଶିଶିର କୁମାର ଗୌଡ , ଶ୍ରୀ କୃଷ୍ଣ କୁମାର ବେହେରା ଓ ଶିବାଜୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟତଃ ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ସଂଘର ଆଭିମୁଖ୍ୟ ଓ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ମୁଖ୍ୟତଃ କାଶୀନଗର ବ୍ଲକ୍ ଶାଖା ସାମ୍ବାଦିକ ଶ୍ରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ଶ୍ରୀ ସିମାଞ୍ଚଳ ମହାରଣା ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ବୈଠକରେ ଅବଗତ କରାଇ ଥିଲେ ।
ଏହା ପରେ କାଶୀନଗର ବ୍ଲକ ସାମ୍ବାଦିକ ସଂଘ (ଏସ ୟୁ ଜେ) ର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା ।
ଏହି ଚୟନ କାର୍ଯ୍ୟକ୍ରମରେ ଏସ୍ୟୁଜେ: କାଶୀନଗର ବ୍ଲକ ଶାଖା\’ର ଉପଦେଷ୍ଠା ଭାବେ ଶ୍ରୀ ଟୁଟୁ ଚୌଧୁରୀ , ସଭାପତି ଭାବେ ଶ୍ରୀ ରାଜେଶ ମିଶାଲ , ଉପସଭାପତି ଭାବେ ଶ୍ରୀ ରାଜେଶ ପଟ୍ଟନାୟକ , ସାଧାରଣ ସମ୍ପାଦକ ଭାବେ ସିମାଞ୍ଚଳ ମହାରଣା , ସହ ସମ୍ପାଦକ ଭାବେ ଶ୍ରୀମତୀ ପ୍ରଣତି ସାବତ , କୋଷାଧ୍ୟକ୍ଷ ଭାବେ ଶ୍ରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ସର୍ବସମ୍ମତି କ୍ରମେ ଚୟନ ହୋଇଥିବା ଜଣାପଡିଛି ।
ବୈଠକ କାର୍ଯ୍ୟକ୍ରମରେ ନୂତନ ଭାବେ ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରା ଯାଇଥିଲା ।
ଶେଷରେ ଶ୍ରୀ ରାଜେଶ ପଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30