Indus Valley Times

ଗଜପତି : ଜଳବାୟୁ ସୁରକ୍ଷା ପରିଷଦ ପକ୍ଷରୁ ଆରୋଗ୍ୟ ମିତ୍ର ପ୍ରଶିକ୍ଷଣ ଶିବିର।

 Breaking News

ଗଜପତି : ଜଳବାୟୁ ସୁରକ୍ଷା ପରିଷଦ ପକ୍ଷରୁ ଆରୋଗ୍ୟ ମିତ୍ର ପ୍ରଶିକ୍ଷଣ ଶିବିର।

ଗଜପତି : ଜଳବାୟୁ ସୁରକ୍ଷା ପରିଷଦ ପକ୍ଷରୁ ଆରୋଗ୍ୟ ମିତ୍ର ପ୍ରଶିକ୍ଷଣ ଶିବିର।
January 09
19:51 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୯/୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା କାଶୀନଗର ବ୍ଲକର ରାଣିପେଣ୍ଠ ଗ୍ରାମ ନିକଟସ୍ଥ ଡେଭିଡ ନଗରରେ ଜଳବାୟୁ ସୁରକ୍ଷା ପରିଷଦ ପକ୍ଷରୁ ଆରୋଗ୍ୟ ମିତ୍ର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଳବାୟୁ ସୁରକ୍ଷା ପରିଷଦ ପକ୍ଷରୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପରିଚାଳନା ହେଉଥିବା ବେଳେ ଆଜିର ଏହି ପ୍ରଶିକ୍ଷଣ ଶିବିର କାର‌୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପରିଷଦର ମୁଖ୍ୟ ଶ୍ରୀ ବିପିନ ବିହାରୀ ଭୋଇ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
‎କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ପଞ୍ଚାୟତରେ ନିଯୁକ୍ତି ଦିଆଯାଇଛି ଆରୋଗ୍ୟ ମିତ୍ର , ଏହା ମାଧ୍ୟମରେ ଆୟୁଷ ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ ସେବାରେ ଆୟୁର୍ବେଦ ଔଷଧ\’ର ବହୁଳ ବ୍ୟବହାର ଓ ଗ୍ରାମାଞ୍ଚଳରେ ଯୋଗର ଉପାଦେୟତା ନେଇ ପରାମର୍ଶ ଦେବା ସହ ରୋଗ ଚିହ୍ନଟ , ବିଶେଷ କରି ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା , ପେଟରେ ଗ୍ୟାସ , ଚର୍ମରୋଗ ଆଦି ନିମନ୍ତେ ଜଳବାୟୁ ସୁରକ୍ଷା ପରିଷଦ ପକ୍ଷରୁ ମାଗଣା ଔଷଧ ବଣ୍ଟନ କରିବେ।
ଏଥି ସମେତ ଘରେ ଘରେ ପହଞ୍ଚି ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରିବା ସହ ଆୟୁର୍ବେଦ ଔଷଧର ବହୁଳ ବ୍ୟବହାର ନେଇ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ନିୟୋଜିତ ହୋଇଥିବା ଆରୋଗ୍ୟ ମିତ୍ର\’ଙ୍କୁ ତାଲିମ ପ୍ରଦାନ କରାଯାଉଛି।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ କମିଶନର ଏଲାୟା ପାନ୍ତୁରୁ , ଆୟୁଷ ଡାକ୍ତର ନବନିତ କୃଷ୍ଣଚନ୍ଦ୍ର ବାଜୁବନ୍ଧ , ସଂଯୋଜକ ଦେବ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହି ଆରୋଗ୍ୟ ମିତ୍ରଙ୍କୁ ପରାମର୍ଶ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031