Indus Valley Times

ଗଜପତି: ଜିଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସରରେ ଖାରାଡ଼ା ଓ ହାଡୁଭାଙ୍ଗି ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସରରେ ଖାରାଡ଼ା ଓ ହାଡୁଭାଙ୍ଗି ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

November 25
19:30 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୧୧: ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ର ଦ୍ଵିତୀୟ ଦିବସରେ ଆଜି ଜିଲ୍ଲାର ଖାରଡ଼ା ଓ ହାଡୁଭାଙ୍ଗି ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ ନୀତି ଗୁଡିକର ସଫଳ ରୁପାୟନ ସଂପର୍କରେ ସଚେତନତା ସୃଷ୍ଟି କରାଯିବା ସହ ସରକାରୀ ଯୋଜନା ଗୁଡିକ କିପରି ତୃଣମୁଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚି ପାରିବ , ସେଥିପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ଅବସରରେ ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ଖାରଡ଼ା ଏବଂ ହାଡୁଭାଙ୍ଗି ପଞ୍ଚାୟତ ଠାରେ ଭାରତ ସରକାର\’ଙ୍କ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚିବା ପରେ ସେଠାରେ ବିଭିନ୍ନ ସ୍ତରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସରରେ ଖାରଡା ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ ଭାରପ୍ରାପ୍ତ ଜିପିଇଓ: ତଥା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଶ୍ରୀ ଭଗଵାନ ନାୟକ , ବିଇଓ: ଶ୍ରୀ ଆଦିକନ୍ଧ ଗମାଙ୍ଗ , ଜୀବିକା ମିଶନ ବିପିଏମ: ଲତିକା ଦେବୀ , କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ସଞ୍ଜୀବ କୁମାର ମାଣ୍ଡି , ସ୍ୱାସ୍ଥ୍ୟ ବିଭାଗ ଟିବି: ସୂପରଭାଇଜର ଶ୍ରୀ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ ଭୁବନେଶ୍ୱର ଡ୍ରୋନ ପ୍ରତିନିଧି ସୁଶ୍ରୀ ଅମିତା ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ। ।
ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳତା ସଂପର୍କରେ ଲୋକ ମାନଙ୍କୁ ଅବଗତ କରାଇଥିଲେ। ବିଭିନ୍ନ କେନ୍ଦ୍ରୀୟ ଯୋଜନାର କିପରି ଲାଭ ଉଠା ଯାଇପାରିବ ସେ ସଂପର୍କରେ ପଞ୍ଚାୟତ ସ୍ତରରେ ଗ୍ରାମାଞ୍ଚଳ ବାସିନ୍ଦାଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ତଥା ଆୟୁଷ୍ମାନ ଭାରତ , ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ କିସାନ ନିଧି ଯୋଜନା , ଜଳ ଜୀବନ ମିଶନ , ପିଏମ: ଉଜ୍ଜଲା ଯୋଜନା ଏଭଳି ବିଭିନ୍ନ ଜନପ୍ରିୟ କେନ୍ଦ୍ରୀୟ ଯୋଜନା ସମେତ ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ କହି ସଚେତନ କରାଇଥିଲେ ।
ପରେ ଉପସ୍ଥିତ ସମସ୍ତଙ୍କୁ ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ଏବଂ ଆତ୍ମ-ନିର୍ଭରଶିଳ ରାଷ୍ଟ୍ର ନିର୍ମାଣ ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ସଚେତନତା ସଂକଳ୍ପ ଯାତ୍ରା ରଥରେ ଲାଗିଥିବା ଏଲଇଡି: ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରାଯାଇ ଅବଗତ ତଥା ସଚେତନ କରା ଯାଇଥିଲା ।
ଅନ୍ୟପକ୍ଷରେ ଡ୍ରୋନ ମାଧ୍ୟମରେ ଚାଷୀ କିଭଳି ସେମାନଙ୍କ କୃଷି କାର୍ଯ୍ୟ ରେ ଉପକୃତ ହେବେ , ତାହା ପ୍ରଦର୍ଶିତ କରା ହୋଇଥିଲା ।
କାର୍ଯ୍ୟକ୍ରମ ଅବସରରେ ହିତାଧିକାରୀ ମାନେ କେନ୍ଦ୍ରୀୟ ଯୋଜନା ଦ୍ବାରା କିଭଳି ଉପକୃତ ହେଉଛନ୍ତି , ସେ ସମ୍ପର୍କରେ ସେମାନେ କହିଥିଲେ ଏବଂ ବିଭିନ୍ନ ଯୋଜନାର ୪ ଜଣ ହିତାଧିକାରୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରା ଯାଇଥିଲା ।
ଏହି ଅବସରରେ କେନ୍ଦ୍ରୀୟ ଯୋଜନାରେ ଉପକୃତ ହେଉଥିବା ଜଣେ ଚାଷୀ ହିତାଧିକାରୀ ଶ୍ରୀ ଉପେନ୍ଦ୍ର ବଳୀ ଓ ୨ ଜଣ ମହିଳା ହିତାଧିକାରୀ ଶ୍ରୀମତୀ ସୁଚିତ୍ରା ମହାପାତ୍ର ଏବଂ ଭାରତୀ ରଣା ସେମାନେ କିଭଳି ଉପକୃତ ହୋଇଛନ୍ତି ସେ ସମ୍ପର୍କରେ କହି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031