ଗଜପତି : ଜିଲ୍ଲା ନୋଡାଲ ଅଧିକାରୀ ବିଜୟ କୁମାର ଦାସଙ୍କ ବିଭିନ୍ନ ମା-ଗୃହ, ସିଏଚସି ଓ ବାତ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୭/୧୦ : ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ” ପାଇଁ ଗଜପତି ଜିଲ୍ଲାର ନୋଡାଲ ଅଧିକାରୀ ବିଜୟ କୁମାର ଦାଶ- ଆଇ:ଏ:ଏସ ଆଜି ରାୟଗଡ଼ ବ୍ଲକ ଗ୍ରସ୍ତରେ ଯାଇ ସମ୍ଭାବ୍ୟ ବାତ୍ୟା ପୂର୍ବରୁ କିଭଳି ସବୁ ପ୍ରଶାସନିକ ପ୍ରସ୍ତୁତି ବ୍ୟବସ୍ଥା କରାଯାଇଛି, ସେ ସବୁ ପରିଦର୍ଶନ ଓ ଅନୁଧ୍ୟାନ କରିବା ପାଇଁ ଗ୍ରସ୍ତ କରିଥିଲେ। ।
ରାୟଗଡରେ ଗର୍ଭବତୀ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ମା ଗୃହ ବୁଲି ଦେଖିବା ସହ ସିଏଚସି ଏବଂ ରାୟଗଡ଼ା ବ୍ଲକର ବିଭିନ୍ନ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ । ଆଶ୍ରୟସ୍ଥଳ ଗୁଡ଼ିକରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରିବା ସହିତ ଆଗାମୀ ପ୍ରବଳ ବର୍ଷା ଏବଂ ବାତ୍ୟା ‘ଅର୍ଣ୍ଣବ’ ପାଇଁ ପ୍ରସ୍ତୁତି ସମୀକ୍ଷା କରିଥିଲେ। ପରିଦର୍ଶନ ବେଳେ ସେ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ ।
ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ଦାସ’ଙ୍କ ଏହି ଗ୍ରସ୍ତ ଓ ପରିଦର୍ଶନ ବେଳେ ତାଙ୍କ ସହିତ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଅଂଶୁମାନ ମହାପାତ୍ର, ରାୟଗଡ ବିଡିଓ ଓ ସିଦିପିଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।






