Indus Valley Times

ଗଜପତି: ଜିଲ୍ଲା ସ୍ତରୀୟ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲା ସ୍ତରୀୟ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲା ସ୍ତରୀୟ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ
May 14
17:25 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୫: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରରେ ଶନିବାର ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବର୍ଷର ୨ୟ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଜାତୀୟ ଆଇନସେବା ପ୍ରାଧିକରଣ ଓ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି ।
ଏହି ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସହ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ ।
ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାରର ବିଚାରଧୀନ ଥିବା ଓ ପ୍ରାକ୍ ମକଦ୍ଦମା ମାମଲାର ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଙ୍କ୍ ମାନ ପ୍ରତିଷ୍ଠା କରା ଯାଇଥିଲା ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ପ୍ରାୟତଃ ସମସ୍ତ ପ୍ରକାରର ମକଦ୍ଦମା ଯଥା: ବ୍ୟାଙ୍କ୍ ସମ୍ବନ୍ଧୀୟ , ଦେୱାନୀ , ଫୌଜଦାରୀ , ପ୍ରାକ୍ ମକଦ୍ଦମା ସମାଧାନ ଯୋଗ୍ୟ କେଶ ଗୁଡ଼ିକ\’ର ସମାଧାନ କରା ଯାଇଥିଲା ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ପରିବାର ଅଦାଲତ ଜଜ ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଦୀପ କୁମାର ସାମଲ , ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ବର୍ଷା ଶର୍ମା , ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ। ।
ସେହିପରି ଭାବେ ରା: ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ସିନିୟର୍ ସିଭିଲ ମାଜିଷ୍ଟ୍ରେଟ ଶ୍ରୀ ପୁଣ୍ୟଶ୍ଲୋକ ରଥ ଓ ଜେଏମଏଫସି: ଶ୍ରୀ ତରୁଣ କୁମାର ସେଠୀ , ମୋହନା କୋର୍ଟର ଜେଏମଏଫସି: ଶ୍ରୀ ଶୁଭଜିତ ବେହେରା , ଓ କାଶୀନଗର କୋର୍ଟର ଜେଏମଏଫସି: ସୁଶ୍ରୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର‌୍ୟ୍ୟ ସମ୍ପାଦନ କରିଥିଲେ ।
ଏହି ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ୍ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ୍ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୋର୍ଟ ଓକିଲ ସଂଘର ବରିଷ୍ଠ ଆଇନଜୀବି ମାନେ ଯଥା:- ଅଶୋକ କୁମାର ପାଣିଗ୍ରାହୀ , ଶ୍ରୀ ହିରାଚାନ୍ଦ୍ ପଟ୍ଟନାୟକ , ଶ୍ରୀ ପ୍ରମୋଦ ପାଣିଗ୍ରାହୀ , ଶ୍ରୀ ଅରୁଣ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ ମକଦ୍ଦମା ପରିଚାଳନାସହଯୋଗ କରିଥିଲେ ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ଆସିଥିବା ସମୁଦାୟ ୧ ହଜାର ୩୩୦ ଟି କେଶ ବିଚାରକୁ ନିଆ ଯାଇଥିବା ବେଳେ ସେଥି ମଧ୍ୟରୁ ୧୦୩ କେଶ ର ତ୍ୱରିତ ସମାଧାନ କରାଯାଇ ସର୍ବମୋଟ ୨୦ ଲକ୍ଷ ୨୪ ହଜାର ୪୬୪ ଟଙ୍କା ଆଦାୟ କରା ଯାଇଥିଲା ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଆଇନସେବା ପ୍ରାଧିକରଣ\’ର କର୍ମଚାରୀ ଶ୍ରୀ ରବୀନ୍ଦ୍ର କୁମାର ପରିଡାଙ୍କ ସମେତ ଶ୍ରୀ ରଘୁ ନନ୍ଦନ ଦାସ , ଶ୍ରୀ ଶିବ ପ୍ରସାଦ ସେନାପତି ଓ ଶ୍ରୀ କାହ୍ନୁ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031