Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ -୨୦୨୨ କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ -୨୦୨୨ କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ

September 28
21:08 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୯: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ବିଶ୍ଵ ଜଳାତଙ୍କ ଦିବସ କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଏକ ସଚେତନତା ରଥ ଓ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହାକୁ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଏଏନଏମ: ଟ୍ରେନିଙ୍ଗ ଛାତ୍ରୀ , ଆଶାକର୍ମୀ ଓ ସ୍ବାସ୍ଥ୍ୟକର୍ମୀ ମାନେ ସାମିଲ ଥିଲେ ।
ପରେ କାର୍ଯ୍ୟକ୍ରମ ସ୍ଥଳରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ସିଡିଏମଓ: ଡ଼ାଃ ପ୍ରଦୀପ ପାତ୍ର ଅଧ୍ୟକ୍ଷତା କରି ଜଳାତଙ୍କ ରୋଗ ଏକ ଭୂତାଣୁ ଜନିତ ରୋଗ , ଏହା ପାଗଳ କୁକୁର , ବିଲୁଆ , ଗଧିଆ , ବାଦୁଡ଼ି ଓ ନେଉଳ ପ୍ରଭୃତି କାମୁଡ଼ିଲେ ମନୁଷ୍ୟଙ୍କୁ ହୋଇଥାଏ କହି ଏମାନେ କାମୁଡିଲେ ଡାକ୍ତରଙ୍କ ପରାମର୍ଶ ନେଇ ଆରୋଗ୍ୟ ହେବା ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ: ଡ଼ାଃ ଏମ: ମୁବାରକ ଅଲ୍ଲୀ , ଆଇଡିଏସପି: ଡ଼ାଃ ଆନନ୍ଦ ଚନ୍ଦ୍ର ସାମନ୍ତରାୟ , ଜିଲ୍ଲା ରୋଗ ନିରୂପଣ ଅଧିକାରୀ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର , ଏବଂ ଏଏନଏମ: ତାଲିମ କେନ୍ଦ୍ରର ଅଧ୍ୟକ୍ଷା ସୁଫଳ ବେହେରା ପ୍ରମୁଖ ମଞ୍ଚାସିନ ରହି ଜଳାତଙ୍କ ରୋଗ କଣ ଓ ଏହା କିଭଳି ହୋଇଥାଏ , ତାର ଲକ୍ଷଣ ଓ ଏହି ରୋଗରୁ ରକ୍ଷା ପାଇବାର ଉପାୟ ଏବଂ ଏହି ରୋଗର ଟିକା ମାଗଣାରେ ଉପଲବ୍ଧ ହେଉଥିବା ସମ୍ପର୍କରେ କହିଥିଲେ। ।
ଜିଲ୍ଲା ଜନସ୍ବାସ୍ଥ୍ୟ ଶିକ୍ଷା ସମ୍ପ୍ରସାରଣ ଅଧିକାରୀ ଶ୍ରୀ ନେତ୍ରାନନ୍ଦ ଶତପଥୀ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଜିଲ୍ଲା ଆଇଡିଏସପି: ମ୍ୟାନେଜର ଶ୍ରୀ ତୁଷାର ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30