Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬ ଅବସରରେ ବିଜ୍ଞାନ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଟିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬ ଅବସରରେ ବିଜ୍ଞାନ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଟିତ

ଗଜପତି : ଜିଲ୍ଲାସ୍ତରୀୟ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬ ଅବସରରେ ବିଜ୍ଞାନ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଟିତ
August 11
19:46 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୮ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପିଏମଶ୍ରୀ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୯୨୬ ଅବସରରେ ଆଜି ଗଜପତି ଜିଲ୍ଲାର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ଯୋଗାଯୋଗ ପରିଷଦ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ,ଭାରତ ସରକାରଙ୍କ ପ୍ରାୟୋଜନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ସହଯୋଗରେ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ (ଡିଏସଏସ) ଶ୍ରୀ ୱାଇ: କ୍ରିଷ୍ଣା ରାଓ ସଭାପତିତ୍ୱ କରି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଉଦ୍ଦେଶ୍ୟ ଓ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବିକାଶର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଜିଲ୍ଲାରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ ଓ ଫଳପ୍ରଦ କରିବା ନିମନ୍ତେ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗ କାମନା କରିଥିଲେ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଭିଜ୍ଞତା ସମ୍ପନ୍ନ ଅନୁଭବୀ ସମ୍ବଳ ବ୍ୟକ୍ତି ଭାବେ ପୂର୍ବତନ ଜିଲ୍ଲା ବିଜ୍ଞାନ ସୁପରଭାଇଜର ତଥା,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆଚାର‌୍ୟ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଏବଂ ପୂର୍ବତନ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ବାଳକୃଷ୍ଣ ମାଝୀ ପ୍ରମୁଖ ଯୋଗଦେଇ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଲକ୍ଷ୍ୟ, ଉଦ୍ଦେଶ୍ୟ, ବିଷୟବସ୍ତୁ ଓ ପ୍ରକଳ୍ପ ପ୍ରସ୍ତୁତିର ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିସ୍ତୃତ ଭାବେ ଉପାଦେୟ ମୂଳକ ବିଭିନ୍ନ ଧାରଣା ପ୍ରଦାନ କରିଥିଲେ। ବିଶେଷକରି ଏକ ଉତ୍ତମ ବିଜ୍ଞାନ ପ୍ରକଳ୍ପ କିପରି ଚିହ୍ନଟ କରାଯିବ, ପ୍ରକଳ୍ପ ପେପର କିପରି ପ୍ରସ୍ତୁତ ହେବ, ତଥ୍ୟ କିପରି ସଂଗ୍ରହ ଓ ବିଶ୍ଳେଷଣ କରାଯିବ ଏବଂ ବୈଜ୍ଞାନିକ ଉପାୟରେ ସମସ୍ୟାର ସମାଧାନ କିପରି ଖୋଜାଯିବ—ସେ ସମ୍ପର୍କରେ ପ୍ରାୟୋଗିକ ମାର୍ଗଦର୍ଶନ କରିଥିଲେ।
ଏଥି ସମେତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କୁ ‘ସମସ୍ୟା ଚିହ୍ନଟରୁ ସମାଧାନ ପର୍ଯ୍ୟନ୍ତ’ ପ୍ରକଳ୍ପ ପ୍ରସ୍ତୁତିର ପଦକ୍ରମ ସବୁ ବୁଝାଇ ଦିଆ ଯାଇଥିଲା।
ଶିକ୍ଷାର୍ଥୀମାନେ ଦଳ ଗଠନ କରି ନିଜ ଅଞ୍ଚଳର ବାସ୍ତବ ସମସ୍ୟା ଚିହ୍ନଟ କରିବେ, ସେହି ସମସ୍ୟାକୁ ଆଧାର କରି ପ୍ରଶ୍ନ ପ୍ରସ୍ତୁତ କରିବେ, ସର୍ବେକ୍ଷଣ ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ, ତଥ୍ୟର ବିଶ୍ଳେଷଣ କରି ଯୁକ୍ତିସଙ୍ଗତ ନିଷ୍କର୍ଷରେ ପହଞ୍ଚିବେ ଏବଂ ଶେଷରେ ସମସ୍ୟାର ସମ୍ଭାବ୍ୟ ବୈଜ୍ଞାନିକ ସମାଧାନ ପ୍ରସ୍ତାବ କରିବେ ବୋଲି ବୁଝାଇ
ଏହା ସହିତ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଅ।ବର୍ଜନା ପରିଚାଳନା, ଜୈବ ବିବିଧତା, ସ୍ୱାସ୍ଥ୍ୟ ଓ ପୋଷଣ, ସ୍ଥାନୀୟ ସମ୍ପଦର ସୁବ୍ୟବହାର, ଜଳବାୟୁ ପରିବର୍ତ୍ତନ ଆଦି ସାମ୍ପ୍ରତିକ ବିଷୟକୁ ଆଧାର କରି ଅଭିନବ ପ୍ରକଳ୍ପ ପ୍ରସ୍ତୁତି ପାଇଁ ବିଭିନ୍ନ ଉଦାହରଣୀୟ ପ୍ରକଳ୍ପ ଧାରଣା ଉପସ୍ଥାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପି:ଏମ-ଶ୍ରୀ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବି. ମାଧବୀ କାର‌୍ୟ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।
ପ୍ରଶିକ୍ଷଣର ସମସ୍ତ କାର୍ଯ୍ୟକ୍ରମକୁ ପି:ଏମ-ଶ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲତା ସୁଭଦର୍ଶିନୀ ସମନ୍ୱୟ ଓ ପରିଚାଳନା କରିଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ପ୍ରାୟ ୧୦୦ ଜଣ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ।
ଏହି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ କାର‌୍ୟ୍ୟକ୍ରମ ମାଧ୍ୟମରେ ପ୍ରକଳ୍ପ ପ୍ରସ୍ତୁତିର ବୈଜ୍ଞାନିକ ପଦ୍ଧତି, ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଓ ନିଷ୍କର୍ଷ ନିର୍ଦ୍ଧାରଣ ସମ୍ପର୍କରେ ଉପଯୋଗୀ ଜ୍ଞାନ ଆହରଣ କରିଥିଲେ।
ଏହି ପ୍ରଶିକ୍ଷଣ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନ କରିବା, ଅନୁସନ୍ଧାନ କରିବା, ପ୍ରମାଣ ଆଧାରରେ ଚିନ୍ତା କରିବା ଓ ସ୍ଥାନୀୟ ସମସ୍ୟାର ବୈଜ୍ଞାନିକ ସମାଧାନ ଖୋଜିବାର ମନୋଭାବ ବିକଶିତ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031