Indus Valley Times

ଗଜପତି: ପାରଳା ଟାଉନ୍ ହଲ ଠାରେ ଏକ ଅଭାବନୀୟ ଘଟଣା ; ପାର୍କିଂରେ ଥିବା ୫ଟି କାର୍ କୁ ଦୁର୍ବୁର୍ତ୍ତ ମାନେ ରାତିରେ ନିଆଁ ଲଗାଇ ପୋଡିଦେଲେ

 Breaking News

ଗଜପତି: ପାରଳା ଟାଉନ୍ ହଲ ଠାରେ ଏକ ଅଭାବନୀୟ ଘଟଣା ; ପାର୍କିଂରେ ଥିବା ୫ଟି କାର୍ କୁ ଦୁର୍ବୁର୍ତ୍ତ ମାନେ ରାତିରେ ନିଆଁ ଲଗାଇ ପୋଡିଦେଲେ

May 24
09:44 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୪/୫ : ପାରଳାଖେମୁଣ୍ଡି ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପାରଳା ପୌର ପରିଷଦର ଟାଉନ୍ ହଲ ପରିସରରେ ଥିବା ପରିଷଦର ନବ ନିର୍ମିତ ପାର୍କିଙ୍ଗ ସ୍ଥଳରେ ସାଧାରଣ ଲୋକଙ୍କ ରହିଥିବା କାର ଗୁଡିକରେ କେହି ଦୁର୍ବୁତ୍ତ ମଧ୍ୟ-ରାତ୍ରିରେ ନିଆଁ ଲଗାଇ ସମ୍ପୂର୍ଣ୍ଣ ଭାବେ ପୋଡି ଦେଇଛନ୍ତି ।
ଉକ୍ତ ସ୍ଥାନରେ ସାଧାରଣ ଲୋକଙ୍କ ୭ ଗୋଟି କାର ପାର୍କିଂ ରେ ଥିବା ବେଳେ ସେଥମଧ୍ୟରୁ ୫ଗୋଟି କାର ସମ୍ପୂର୍ଣ୍ଣ ଜଳି ଯାଇଛି । ଆଉ ଦୁଇଟି କାର ଅର୍ଦ୍ଧଜଳା ଓ ସେଥିର କାଚ ସବୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।
ଉକ୍ତ ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ନେଇ ସୂଚନା ରହିଛି । ମଧ୍ୟ-ରାତ୍ରିରେ ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ହେଲେ ପହଞ୍ଚିବା ବେଳକୁ ୫ଟି କାର ସମ୍ପୂର୍ଣ୍ଣ ଭାବେ ପୋଡି ଛାରଖାର ହୋଇଯାଇଛି । ସୋମବାର ସକାଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ଏହି ନିଆ କେଉ କାରଣ\’ରୁ ଏବଂ କିଏ ଏହିଭଳି ଜାଳିଦେବା କାଣ୍ଡ ଘଟାଇଛି , ତାହା ଅସ୍ପଷ୍ଟ ରହିଥିବା ଜଣାଯାଇଛି
ଏ ସମ୍ପର୍କରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ମାଝୀ କହିଛନ୍ତି ଯେ , ଟାଉନ ହଲ ନିକଟସ୍ଥ ପୌର ପରିଷଦର ନୂତନ ପାର୍କିଙ୍ଗ ସ୍ଥଳରେ ପୌର ପରିଷଦର ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡି ରଖିବା ପାଇଁ କରାଯାଇଛି । ସେହି ପାର୍କିଙ୍ଗ ସ୍ଥଳ ଏ ଯାବତ କାର୍ଯ୍ୟକ୍ଷମ ହୋଇନି ।
ଆଉ ସେଠାରେ ଯେଉଁ କାର ପୋଡାଜଳା ହୋଇଛି , ତାହା ଜନ ସାଧାରଣଙ୍କ କାର , ସେମାନେ ବିନା ଅନୁମତି\’ରେ ସେଠାରେ ସେମାନଙ୍କ କାର ପାର୍କିଙ୍ଗ କରିଥିଲେ ବେନିୟମ ଭାବେ ।
ଏ ସମ୍ପର୍କରେ ଥାନାରେ ଜଣାଇ ଦିଆଯାଇଛି , ତେବେ ଏହି ଘଟଣା ପଛରେ କିଏ ଅଛି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଜଣେ ସାଧାରଣ ବ୍ୟକ୍ତି ଶ୍ରୀ ପ୍ରନୋଜ ପଟନାୟକ ଓ ଜଣେ ପୋଡି ଯାଇଥିବା ଗାଡିର ମାଲିକ ଶ୍ରୀ ଜି : ମୁଣ୍ଡି ପାଶାକା କହିଛନ୍ତି ଯେ , ଘଟଣା ସମ୍ପର୍କରେ ପୋଲିସ ସମ୍ପୂର୍ଣ୍ଣ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଦୁର୍ବୁର୍ତ୍ତ ମାନଙ୍କୁ ତୁରନ୍ତ ସାମନାକୁ ଆଣି ଗିରଫ କରିବା ସହ ଉଚିତ ଦଣ୍ଡ ଦେବାକୁ କହିଛନ୍ତି ।
ପୋଲିସ ପକ୍ଷରୁ ରାତ୍ରି ପେଟ୍ରୋଲିଙ୍ଗ ବାରମ୍ବାର କରାଯାଉ ଥିଲେ ମଧ୍ୟ ପାରଳାଖେମୁଣ୍ଡି ଅଞ୍ଚଳରେ ଚୋରି ଏବଂ ନିଆଁ ଲଗାଇବା ଘଟଣାଟି ପୋଲିସକୁ ଏହା ଏକ ବଡ଼ ଚାଲେଞ୍ଜ କରିଥିବା ସାଧାରଣ\’ରେ ଚର୍ଚ୍ଚା ଜୋର ଧରିଛି ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930