Indus Valley Times

ଗଜପତି : ବୃନ୍ଦାବନ ସୁଆର ସ୍ମୃତି ସଂସଦ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ବୃନ୍ଦାବନ ସୁଆର ସ୍ମୃତି ସଂସଦ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ବୃନ୍ଦାବନ ସୁଆର ସ୍ମୃତି ସଂସଦ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
May 03
20:34 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩/୫ : ପାରଳାଖେମୁଣ୍ଡି ସହରର କବିଚନ୍ଦ୍ର ସାହି ସ୍ଥିତ ବୃନ୍ଦାବନ ସୁଆର ସ୍ମୃତି ସଂସଦ କାର୍ଯ୍ୟାଳୟ ଠାରେ ଆଜି ତା: ୩/୫/୨୦୨୬ ରିଖରେ ସ୍ମୃତି ସଂସଦ ପକ୍ଷରୁ ପୂର୍ବାହ୍ନରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଶ୍ରୀ ହର ପ୍ରସାଦ ସୁଆର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ଏକ ସାରସ୍ଵତ ଆଲୋଚନା କାର୍ଯ୍ୟକ୍ରମରେ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସାହିତ୍ୟ କିଭଳି ବଞ୍ଚିରହିବ , ସେ ଦିଗରେ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ କରାଯିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ: ଭାରତୀ ପାଣିଗ୍ରାହୀ ଏବଂ ପ୍ରଗତି ମହିଳା ସଂଗଠନ’ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ବିଶେଷ କରି ସ୍ମୃତି ସଂସଦର ପଞ୍ଜୀକରଣ , ବୃନ୍ଦାବନ ସୁଆରଙ୍କ ଜୀବନୀ , କବିତା ଓ ପୁସ୍ତକ ରଚନା ବିଷୟ ରେ ଆଲୋଚନା କରାଯିବା ସହ ଆଗାମୀ ଦିନରେ କିଭଳି ଭାବେ ଏହି କବିତା ଏବଂ ତାଙ୍କ ଜୀବନୀ କୁ ନେଇ ପ୍ରତ୍ୟେକ ସ୍କୁଲ୍ କଲେଜ୍ ମାନଙ୍କରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ ସେ ବିଷୟ ରେ ଆଲୋଚନା କରା ଯାଇଥିଲା ।
ଏଥି ସମେତ ସ୍ୱର୍ଗତ ବୃନ୍ଦାବନ ସୁଆର ଙ୍କ ଆଗାମୀ ଜନ୍ମ ତିଥି ଅବସରରେ ଅର୍ଥାତ୍ ଆସନ୍ତା ବର୍ଷ ଫେବୃଆରୀ ମାସରେ ଏକ ସ୍ମରଣିକା ପତ୍ରିକା ଉନ୍ମୋଚନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା ।
ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଶ୍ରୀ ବିଜୟ କୁମାର ପଣ୍ଡା , ବସନ୍ତ କୁମାର ପଣ୍ଡା , ସୁରେଶ କୁମାର ପଣ୍ଡା , ଶ୍ରୀ ମୁରଲୀ ଧର ପରିଚ୍ଛା ପ୍ରମୁଖ ସହଯୋଗ କରିଥିବା ବେଳେ ସଭା ଶେଷରେ ସ୍ମୃତି ସଂସଦର ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031