Indus Valley Times

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟର ଦଶମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

 Breaking News

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟର ଦଶମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

December 23
10:40 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୩/୧୨: ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ୧୦ମ ବାର୍ଷିକ କ୍ରୀଡା ଉତ୍ସବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କ୍ରୀଡା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ରୀନା ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍ଘାଟନ କରି ଛାତ୍ରୀ ମାନଙ୍କୁ ବିଦ୍ୟାର୍ଥୀ ଜୀବନରେ କ୍ରୀଡାର ଉପଯୋଗୀତା ସଂପର୍କରେ ଅବଗତ କରାଇ ଥିଲେ ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଛାତ୍ରୀମାନଙ୍କ ସହ ଉଦ୍ଘାଟନୀ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହୋଇ ପୁଟିଙ୍ଗ ଦି ସଟ୍ ପ୍ରତିଯୋଗୀତା\’ରେ ତିନି ରାଉଣ୍ଡ ସଟପୁଟ ଥ୍ରୋ କରି ପ୍ରତିଯୋଗୀତା ର ଶୁଭାରମ୍ଭ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ମଧ୍ୟ ଛାତ୍ରୀମାନଙ୍କୁ ଖେଳିବାର କିଛି କୌଶଳ ପ୍ରଦର୍ଶନ କରିଥିଲେ । ଯଦ୍ବାରା ମହାବିଦ୍ୟାଳୟର ସମସ୍ତ ଛାତ୍ରୀବୃନ୍ଦ ଉଲ୍ଲସିତ ଓ ଉତ୍ସାହିତ ହୋଇ ଥିଲେ ।
ଏହି କ୍ରୀଡା ପ୍ରତିଯୋଗୀତା ଗୁଡିକ ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ମହିଳା ମହାବିଦ୍ୟାଳୟର ଗୃହ-ବିଜ୍ଞାନ ବିଭାଗର ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହିଳା ସ୍ନାତକ ମହାବିଦ୍ୟାଳୟ\’ର ସମସ୍ତ କର୍ମଚାରୀ ପୂର୍ଣ୍ଣମାତ୍ରାରେ ଆନନ୍ଦର ସହ ସହଯୋଗ କରିଥିଲେ ।
ଏହି କ୍ରୀଡା ପ୍ରତିଯୋଗୀତାରେ ମୁଖ୍ୟତଃ ୧୦୦ ମିଟର ଦୌଡ ସମେତ ୨୦୦ ମିଟର ଦୌଡ , ପୁଟିଙ୍ଗ ଦି ସଟ୍ , ଡିସ୍କସ୍ ଥ୍ରୋ , ହାଇଜମ୍ପ , ଲଙ୍ଗଜମ୍ପ , ରିଲେ ରେସ୍ , ମ୍ୟୁଜିକାଲ୍ ଚେୟାର , ଜାଭେଲିନ୍ ଥ୍ରୋ ଇତ୍ୟାଦି ପ୍ରତିଯୋଗୀତା ସହ ମନୋରଞ୍ଜନ ପାଇଁ ଫେନସି ଡ୍ରେସ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା , ଯାହାକୁ କି ଉପସ୍ଥିତ ଦର୍ଶକ କୌତୁକ ସହ ଉପଭୋଗ କରିଥିଲେ ।
ଏହି ଦୁଇଦିନର ବାର୍ଷିକ କ୍ରୀଡା ଉତ୍ସବରେ ତିନିଶହରୁ ଉର୍ଦ୍ଧ୍ବ ଛାତ୍ରୀ ଯୋଗଦେଇ ସଂପୂର୍ଣ୍ଣ କ୍ରୀଡା ଦିବସକୁ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930