Indus Valley Times

ଗଜପତି : ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଅନୁଷ୍ଠିତ

 Breaking News

ଗଜପତି : ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଅନୁଷ୍ଠିତ

December 28
19:01 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୮/୧୨ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ଅନ୍ତର୍ଗତ ଗଜପତି ଜିଲ୍ଲା ଶାଖା “ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନିତ ଅତିଥି ରୂପେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସଂଗଠନ ସଂପାଦକ ଶ୍ରୀ ନାରାୟଣ ନାୟକ , ରାଜ୍ୟ ସହ ସଂପାଦକ ଶ୍ରୀ ରାମକୃଷ୍ଣ ତ୍ରିପାଠୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ଶ୍ରୀ ରାଜେନ୍ଦ୍ର କୁମାର ରଥ ଅତିଥି ମାନଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ଶ୍ରୀ ମନୋଜ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ମୁଖ୍ୟଅତିଥି ଶ୍ରୀ ମହାପାତ୍ର ନିଜ ଅଭିଭାଷଣରେ ସାହିତ୍ୟ , ସଂସ୍କୃତି ଓ ବୀରତ୍ବରେ ପାରଳାର ଅଗ୍ରପଥିକତ୍ବ ଗାଥା ବର୍ଣ୍ଣନା କରିଥିଲେ।
ସେହିପରି ପାରଳାର ପଣ୍ଡିତ ଗୋପୀନାଥ ନନ୍ଦ ପ୍ରଥମ ଶବ୍ଦକୋଷ ଅଭିଧାନ ଲେଖି ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିବା ପ୍ରକାଶ କରିଥିଲେ। ରୀତି ଯୁଗୀୟ ଶ୍ରେଷ୍ଠ କବି କବି କଳହଂସଙ୍କ ପଦ୍ୟାବଳୀ ଘରେ ଘରେ ପରିଚିତ ହେବା ସହ ବର୍ତ୍ତମାନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆ ଯାଉଥିବା ପାରଳା ପାଇଁ ଗୌରବ ଆଣି ଦେଇଥିବା ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଶ୍ରୀ ନାରାୟଣ ନାୟକ ନିଜ ବକ୍ତବ୍ୟରେ ଆମେ ସମସ୍ତେ ନିଜ ଭିତରେ ଥିବା ଭେଦ-ଭାବ ଭୁଲି ଏକ ହୋଇ ଦେଶ ମାତୃକାର ସେବା କରିବା ସହ ଇଂରାଜୀ ଭାଷାକୁ ଗୁରୁତ୍ୱ ନ ଦେଇ ନିଜ ମାତୃଭାଷାର ମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରଖିବା ପାଇଁ ନିବେଦନ କରିଥିଲେ। ସେହିଭଳି ଶ୍ରୀ ରାମକୃଷ୍ଣ ତ୍ରିପାଠୀ ମହୋଦୟ ନିଜ ଅଭିଭାଷଣରେ ଆତ୍ମବୋଧ ସେ ବିଶ୍ୱବୋଧ ବିଷୟରେ ମାର୍ଗଦର୍ଶନ କରିଥିଲେ। ଯୁବ ସାହିତ୍ୟିକ ତଥା ଅଧ୍ୟାପକ ଡ଼ଃ ରଘୁନାଥ ଓଝା ପାରଳାର ଭାଷା , ସଂସ୍କୃତି , ସାହିତ୍ୟ ଓ ଦେଶ ସ୍ବାଧୀନତାରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ସମେତ ବୀର ପାଇକ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର‌୍ୟ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ନିଜ ଅଭିଭାଷଣରେ ରାଷ୍ଟ୍ର ଗଠନରେ ସମସ୍ତଙ୍କର ସହଭାଗିତାର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ।
ସେହିପରି ବନ୍ଦେ ମାତରଂ ଗୀତର ୧୫୦ ବର୍ଷ ପାଳନ ଅବସରରେ ସ୍ୱର୍ଗତ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସ୍ମରଣ କରିବା ସହ ବିଦ୍ୟାଳୟ ତଥା ସମସ୍ତେ ଏକାଠି ଗାଇବା ପାଇଁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ବବିତା ପୁରୋହିତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ସାମୁହିକ ବନ୍ଦେ ମାତରଂ ଗାନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031