Indus Valley Times

ଗଜପତି : ସଂଖ୍ୟାଲଘୁ ଶାଖା ସଭାନେତ୍ରୀ ଜସ୍ମିନ୍ ସେଖଙ୍କୁ ପିସିସି କମିଟିର ପାରଳା ନିର୍ବାଚନ ମଣ୍ଡଳୀର ରାଜ୍ୟ ସଂପାଦିକା(ସଂଗଠନ) ଦାୟିତ୍ୱ

 Breaking News

ଗଜପତି : ସଂଖ୍ୟାଲଘୁ ଶାଖା ସଭାନେତ୍ରୀ ଜସ୍ମିନ୍ ସେଖଙ୍କୁ ପିସିସି କମିଟିର ପାରଳା ନିର୍ବାଚନ ମଣ୍ଡଳୀର ରାଜ୍ୟ ସଂପାଦିକା(ସଂଗଠନ) ଦାୟିତ୍ୱ

ଗଜପତି : ସଂଖ୍ୟାଲଘୁ ଶାଖା ସଭାନେତ୍ରୀ ଜସ୍ମିନ୍ ସେଖଙ୍କୁ ପିସିସି କମିଟିର ପାରଳା ନିର୍ବାଚନ ମଣ୍ଡଳୀର ରାଜ୍ୟ ସଂପାଦିକା(ସଂଗଠନ) ଦାୟିତ୍ୱ
September 06
22:22 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୬/୯ : ପୂର୍ବତନ ଯୁବ ଉପସଭାନେତ୍ରୀ ତଥା ଗଜପତି ଜିଲ୍ଲା ସଂଖ୍ୟାଲଘୁ ସେଲର ସଭାନେତ୍ରୀ ଜସ୍ମିନ୍ ଶେଖଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ରାଜ୍ୟ ସଂପାଦିକା(ସଂଗଠନ) ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା। ଜଣାଯାଇଛି ।
ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପାଇଁ କାର୍ଯ୍ୟନିର୍ବାହୀ କମିଟି, ପରାମର୍ଶଦାତା କମିଟି, କୋଷାଧ୍ୟକ୍ଷ , ଉପ ସଭାପତି, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ଆଦି ନୂତନ ପଦାଧିକାରୀ ତାଲିକା ସୂଚୀ ଜାରି ହୋଇଛି, ଭାରତୀୟ ଜାତୀୟ କଂଗ୍ରେସ ର ମାନ୍ୟବର ସଭାପତି ଶ୍ରୀ ମାଲ୍ଲିକାର୍ଜୁନ୍ ଖଡଗେ ଉକ୍ତ ତାଲିକା ସୂଚୀ କୁ ଅନୁମୋଦିତ କରିଛନ୍ତି।
ଉକ୍ତ ଅନୁମୋଦିତ ନୂତନ ପଦାଧିକାରୀ ତାଲିକା ରେ ପୂର୍ବତନ ଯୁବ ଉପ ସଭାନେତ୍ରୀ ଏବଂ ଗଜପତି ଜିଲ୍ଲା ସଂଖ୍ୟା ଲଘୁ ଶାଖା ସଭାନେତ୍ରୀ ଏବଂ ଦୃଢ଼ ମହିଳା ନେତ୍ରୀ ଶ୍ରୀ ଜସ୍ମିନ୍ ଶେଖ୍ ଙ୍କୁ ପ୍ରଦେଶ କଂଗ୍ରେସ କମିଟିର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ରାଜ୍ୟ ସମ୍ପାଦିକା (ସଂଗଠନ) ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।
ଜସ୍ମିନ୍ ସେଖଙ୍କ ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା, ସାଂଗଠନିକ ଦକ୍ଷତା ଓ ନେତୃତ୍ୱ ଗୁଣ ନିଶ୍ଚିତ ଭାବେ ପ୍ରଦେଶ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବ ବୋଲି ଆଦି ସବୁକୁ ଦୃଷ୍ଟିରେ ରଖି ଜସ୍ମିନ୍ ଶେଖ ଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।
ଜସ୍ମିନ୍ ଶେଖ୍ ଙ୍କୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରି ତାଙ୍କୁ ଏଭଳି ଗୁରୁ ଦାୟିତ୍ୱ ପଦବୀ ନ୍ୟସ୍ତ କରା ଯାଇଥିବା ଯୋଗୁଁ ସେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ ଙ୍କ ସମେତ, ଅଗ୍ରୀୟ ନେତ୍ରୀ ଶ୍ରୀ ସୋନିଆ ଗାନ୍ଧୀ, ଲୋକସଭାର ବିରୋଧୀ ଦଳର ନେତା ଶ୍ରୀ ରାହୁଲ୍ ଗାନ୍ଧୀ, ଶୀର୍ଷ ନେତ୍ରୀ ଶ୍ରୀ ପ୍ରିୟଙ୍କା ଗାନ୍ଧୀ , ସାଧାରଣ ସମ୍ପାଦକ ଶ୍ରୀ କେ ସି ବେନୁଗୋପାଳଙ୍କ ଓ ପି ସି ସି ପ୍ରଭାରୀ ଶ୍ରୀ ଲାଲ୍ଜି ଦେଶାଇ, ପୁରୁଖା ନେତା ପି ସି ସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କଏଵଂ ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରତ୍ୟାଶୀ ଶ୍ରୀ ରଶ୍ମିରଞ୍ଜନ ପଟ୍ଟନାୟକ ଙ୍କୁ ଏବଂ ଗଜପତି ଜିଲ୍ଲା ଡି ସି ସି ସଭାପତି ଶ୍ରୀ ଶଙ୍କର ପ୍ରଧାନ ପ୍ରଭୃତି ସମସ୍ତଙ୍କୁ ନୂତନ ପଦାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ନେତ୍ରୀ ଶ୍ରୀ ଜସ୍ମିନ୍ ଶେଖ୍ ନିଜର ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930