ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ସ୍କୁଲରେ ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କୁ ଦିଆଯିବ ଶାରୀରିକ ଶିକ୍ଷା
March 13
17:16
2026
ଭୁବନେଶ୍ୱର, ୧୩/୩ : ଏଣିକି ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ରହିବେ । ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କୁ ଶାରୀରିକ ଶିକ୍ଷା ଦିଆଯିବ । ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶାରୀରିକ ଶିକ୍ଷା ମିଳିବ । ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମନ୍ତ୍ରୀଙ୍କ ସୂଚନା ମୁତାବକ, ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶାରୀରିକ ତାଲିମ ଦିଆଯିବ ।
ଏବେ ଡିଜିଟାଲ୍ କ୍ଲାସରୁମ୍ରେ ଇ-କଣ୍ଟେଣ୍ଟ ଦ୍ୱାରା ଶିକ୍ଷା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ସୁସ୍ଥ ରହିବା ଓ ଶାରୀରିକ ଶିକ୍ଷା ଦିଆଯିବ ।






