Legatus

ଗୋଚ୍ଛାପଡ଼ା ଅଞ୍ଚଳରେ ମାଓ ପୋଷ୍ଟର: ଟପ ମାଓନେତା ଦାସରୁଙ୍କୁ ଶ୍ରଦ୍ଧାଞ୍ଜଳି

 Breaking News

ଗୋଚ୍ଛାପଡ଼ା ଅଞ୍ଚଳରେ ମାଓ ପୋଷ୍ଟର: ଟପ ମାଓନେତା ଦାସରୁଙ୍କୁ ଶ୍ରଦ୍ଧାଞ୍ଜଳି

ଗୋଚ୍ଛାପଡ଼ା ଅଞ୍ଚଳରେ ମାଓ ପୋଷ୍ଟର: ଟପ ମାଓନେତା ଦାସରୁଙ୍କୁ ଶ୍ରଦ୍ଧାଞ୍ଜଳି
February 10
22:40 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୦/୨: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ସକାଳୁ ସକାଳୁ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଗତ ୩ ତାରିଖରେ ପୁଲିସ ଗୁଳିରେ ନିହତ ହୋଇଥିବା ମାଓନେତା ଦାସରୁଙ୍କୁ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛି ମାଓ ସଙ୍ଗଠନ କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ଜାରୀ ଏହି ପ୍ରେସ୍ ବିଜ୍ଞପ୍ତିରେ ଦାସରୁଙ୍କୁ ଶହୀଦ ଆଖ୍ୟା ଦିଆଯାଇ ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କୁହାଯାଇଛି ।
୨୦୧୪ରୁ ପାର୍ଟିରେ ସାମିଲ ହୋଇ ସେ ଦଳିତ ଆଦିବାସୀଙ୍କ ପାଇଁ କାମ କରୁଥିଲେ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି । ଲଢେଇରେ ସହଯୋଗ ପାଇଁ ଲୋକଙ୍କୁ ଆହ୍ବାନ ଦେଇଛି ଲାଲବାହିନୀ । ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ସୁପଲା, ଡାଙ୍ଗେଣାମା, ପକାରୀ, ବାଲନ୍ଦାପଡ଼ା, କୁମେଲସିଂ, ସୁଟେଣୀଘାଟି, କ୍ରାଣ୍ଡିବାଲି ସମେତ ସାଡ଼ିଙ୍ଗିଆ ଠାରେ ମଧ୍ୟ ଏଭଳି ବହୁ ସଂଖ୍ୟକ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଗତ ୩ ତାରିଖ ରେ ବାଲିଗୁଡ଼ା ଥାନା ସୁଡ୍ରା ଅଞ୍ଚଳରେ ପୁଲିସ ସହ ଗୁଳି ବିନିମୟ ବେଳେ ମାଓ ବାହୀନୀର ଡିଭିଜନାଲ କମିଟି ମେମ୍ବର ତଥା କେକେବିଏନ ସଙ୍ଗଠନର ଟପ୍ ମାଓ ନେତା ଗୁଡୁ ମଣ୍ଡାରୀ ଓରଫ ଦାସରୁ ନିହତ ହୋଇଥିଲେ ।

ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ ; ବାଇକ ସହ ଗଞ୍ଜେଇ ଜବତ
କନ୍ଧମାଳ ,୧୦/୨: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଏବଂ ଫିରିଙ୍ଗିଆ ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆ ମାନେ ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି।
ତେବେ ଗୋଛାପଡା ପୁଲିସ ୩ଟି ବାଇକ ସହ ୧୦୪ କିଲୋ ଗଞ୍ଜେଇ ଧରିବାରେ ସଫଳ ହୋଇଥିବା ବେଳେ ଘଟଣା ସ୍ଥଳରୁ ବାଇକ ସହ ଗଞ୍ଜେଇ ଛାଡି ମାଫିଆ ମାନେ ଫେରାର ହୋଇଯାଇଛନ୍ତି।
ପୁଲିସର ସୂଚନା ଅନୁସାରେ କୌଣସି ସୂତ୍ରରୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋଛାପଡା ଥାନା ଟକେରିଗୁଡା ନାଳ ନିକଟରେ ଚଢ଼ାଉ କରିଥିଲେ।
ପୁଲିସକୁ ଦେଖି ମାଫିଆ ମାନେ ଗାଡି ସହ ଗଞ୍ଜେଇକୁ ଛାଡି ଫେରାର ହୋଇଯାଇଥିଲେ। ଗୋଛାପଡା ଥାନାରେ ଏହି ଘଟଣାକୁ ନେଇ ୨୪/୨୦୨୪ରେ ଏକ ମାମଲା ରୁଜୁ କରି ଜବତ ବାଇକ ସହ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଥିବା ବେଳେ ଫେରାର ଅଭିଯୁକ୍ତ ମାନଙ୍କ ପରିଚୟ ମିଳି ସାରିଛି। ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31