Indus Valley Times

ଗ୍ୟାସ ଭରିବା ସମୟରେ ଫାଟିଲା ସିଲିଣ୍ଡର, ୩ ଗୁରୁତର

 Breaking News

ଗ୍ୟାସ ଭରିବା ସମୟରେ ଫାଟିଲା ସିଲିଣ୍ଡର, ୩ ଗୁରୁତର

July 05
11:50 2022

ବଲାଙ୍ଗିର,୫/୭: ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ।
ଆହତ ଶ୍ରମିକମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତ ୩ ଜଣ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି।
ମଙ୍ଗଳବାର ସକାଳେ ଭୂତିଆରବାହାଲ ଗାଁରେ ଥିବା ଏକ କ୍ରସରରେ ଶ୍ରମିକମାନେ କାମ କରୁଥିଲେ। ସେଠାରେ ଥିବା କମ୍ପ୍ରେସର ମେସିନ୍ରେ ଏହି ୩ଜଣ ଶ୍ରମିକ ନାଇଟ୍ରୋଜେନ୍ ଗ୍ୟାସ ଭର୍ତ୍ତି କରୁଥିଲେ।
ହଠାତ୍ ନାଇଟ୍ରୋଜେନ୍ ସିଲିଣ୍ଡରଟି ବ୍ଲାଷ୍ଟ ହୋଇଥିଲା। ଏଥିରେ ୩ ଜଣ ଶ୍ରମିକ ପୋଡ଼ି ଯାଇଥିଲେ।
ଏହି କ୍ରସରରେ ଆହୁରି ଅନେକ ଶ୍ରମିକ କାମ କରୁଥିଲେ। ହେଲେ ସେମାନଙ୍କର କିଛି ହୋଇନାହିଁ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031