Indus Valley Times

ଘର ଭୁଶୁଡ଼ି ସାମ୍ବାଦିକଙ୍କ ମୃତ୍ୟୁ

 Breaking News

ଘର ଭୁଶୁଡ଼ି ସାମ୍ବାଦିକଙ୍କ ମୃତ୍ୟୁ

August 09
21:39 2026

ମୟୂରଭଞ୍ଜ, ୯/୮ : ମୟୂରଭଞ୍ଜ ଜିଲ୍ଲାରେ କିଛିଦିନ ଧରି ବର୍ଷା ଲାଗିରହିଥିବା ବେଳେ,ବାଙ୍ଗିରିପୋଷି ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। କାନ୍ଥ ପଡ଼ି ଜଣେ ବରିଷ୍ଠ ସାମ୍ବାଦିକ ଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ବାଙ୍ଗିରିପୋଷି ଥାନା ଅଧୀନ ବାଙ୍ଗିରିପୋଷି ଅଞ୍ଚଳର କୈଳାଶ କର ନାମକ ଜଣଙ୍କ ବ୍ୟକ୍ତି ଗତକାଲି ରାତିରେ ଘର ଭିତରେ ଶୋଇ ଥିବା ବେଳେ ଘର କାନ୍ଥ ପଡ଼ି ଯାଇଥିଲା। ଫଳରେ ସାମ୍ବାଦିକ ଜଣଙ୍କ କାନ୍ଥ ତଳେ ଚାପି ହେଇ ଯାଇଥିଲେ।
ଦୀର୍ଘ ସମୟ ଧରି ଚାପି ରହିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସାମ୍ବାଦିକ ଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇ ଥିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣଙ୍କ ହେଉଛନ୍ତି ବାଙ୍ଗିରିପୋଷି ଅଞ୍ଚଳର କୈଳାଶ କର। ସେ ଜଣେ ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତି ହେଇଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30