Indus Valley Times

ଘରୋଇ ଯୋଗାଣ ପାଇପ୍‌ରେ ଗୋଳିପାଣି: କୂଅ ନଳକୂଅ ପାଖରେ ଭିଡ଼ , ଥଣ୍ଡା କାଶ ଜ୍ଵର ବୃଦ୍ଧି ପାଉଛି

 Breaking News

ଘରୋଇ ଯୋଗାଣ ପାଇପ୍‌ରେ ଗୋଳିପାଣି: କୂଅ ନଳକୂଅ ପାଖରେ ଭିଡ଼ , ଥଣ୍ଡା କାଶ ଜ୍ଵର ବୃଦ୍ଧି ପାଉଛି

August 07
20:18 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୭/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ କରାଯାଉଛି କ୍ଷ କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଗୋଳି ପାଣି ଆସୁଥିବାରୁ ଏହା ବ୍ୟବହାର ହୋଇ ପାରୁ ନାହିଁ। ଯାହା ଫଳରେ ସାହି ବାସିନ୍ଦା ବାଧ୍ୟ ହୋଇ କୂଅ ଓ ନଳକୂପ ଉପରେ ଭରସା କରୁଛନ୍ତି। ଏହି ଗୋଳିଆ ପାଣି ପାନ କରି ୱାର୍ଡ଼ ବାସିନ୍ଦା ମାନେ ଥଣ୍ଡା,କାଶ, ଜ୍ଵର ଭଳି ବିଭିନ୍ନ ପ୍ରକାର ସଂକ୍ରମକ ରୋଗରେ ଆକ୍ରାନ୍ତ ହେଉଛନ୍ତି କ୍ଷ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଛି ୧୩ଟି ୱାର୍ଡ। ସମସ୍ତ ୱାର୍ଡ଼ରେ ଥିବା ପାଇପ୍‌ରେ ଆସୁଛି ଗୋଳି ପାଣି। କାଦୁଅ ପାଣି ଭଳି ଭଳି ଦେଖା ଯାଉଥିବା ବେଳେ ଏହା ଆଦୌ ବ୍ୟବହାର କରାଯାଇ ପାରୁ ନାହିଁ ।ଏହି ଯୋଗାଣ ପାଣି ଆସିବା ନେଇ ଜନସାଧାରଣ ଖୁସିରେ ପାଣି ସଂଗ୍ରହ କରିବା ବେଳକୁ ଗୋଳିଆ ପାଣି ଦେଖି ମନ ଫିକା ପଡିବା ସହ ଅସନ୍ତୋଷ ଦେଖାଦେଉଛି। ଏ ନେଇ ୱାର୍ଡ଼ ବାସିନ୍ଦା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି କୂଅ, ନଳକୂଅ ପାଣି ଆଣି ବ୍ୟବହାର କରୁଛନ୍ତି। ଗୋଳିପାଣି ବ୍ୟବହାର କରିବା ଦ୍ଵାରା କାଛୁ କୁଣ୍ଡିଆ ଭଳି ବିଭିନ୍ନ ସଂକ୍ରମକ ରୋଗ ହେବା ଆଶଙ୍କା ରହିଥ‌ିବା କୁହାଯାଉଛି। ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ଏ.ଚକ୍ରଧରଙ୍କୁ ପଚାରିବାରୁ ସେ ବର୍ଷା ଦିନ ଯୋଗୁଁ ନଦୀରେ ଗୋଳି ପାଣି ଆସୁଛି। କେମିକାଲ ମିଶାଇ ଗୋଳି କଟାଯାଉଛି। ତଥାପି କାହିଁକି ଗୋଳି ପାଣି ଯୋଗାଣ ହେଉଛି ଏନେଇ ଅନୁଧ୍ୟାନ କରିବା ସହ ଅତିଶୀଘ୍ର ସଫା ପାଣି ଦେବାକୁ ଆମର ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି ।
ଗଞ୍ଜେଇ ସହ କାର, ବାଇକ, ମାଉଜର ଓ ଟଙ୍କା ଜବତ, ୭ ଅଭିଯୁକ୍ତ ଗିରଫ
କନ୍ଧମାଳ, ୭/୮ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପୁଲିସକୁ ମିଳିଲା ଏକ ବଡ ସଫଳତା। ବଡ଼ ଧରଣର ଗଞ୍ଜେଇ ମାଫିଆମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଦୀର୍ଘ ଦିନ ହେବ ଏମାନେ ଜିଲାରେ ନିଜର ଗଞ୍ଜେଇ ସାମ୍ରାଜ୍ୟ ବିସ୍ତାର କରିବା ସହ କୋଟି କୋଟି ଟଙ୍କାର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଥିଲା। ଏହାପରେ ପୁଲିସ ଏମାନଙ୍କୁ ଧରିବାକୁ ଯୋଜନା କରିଥିଲା।
ସୂଚନା ଅନୁସାରେ ଗୋଛାପଡା ପୁଲିସକୁ ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା। ଗୋଚ୍ଛାପଡ଼ା ଥାନା ଅଧିକାରୀ ଗଞ୍ଜେଇ ମାଫିଆମାନଙ୍କୁ ଧରିବା ପାଇଁ ୩ଟି ଟିମ ଗଠନ କରି ବାଲାନ୍ଦାପଡ଼ା ଫାଣ୍ଡି ଅଞ୍ଚଳ ସହ ଫିରିଙ୍ଗିଆ ବ୍ଲକ ଠାରୁ କଣ୍ଟାମାଳ ଯାଇଥିବା ଘାଟି ରାସ୍ତା ସୁଟାଣି ଘାଟିର ବିଭିନ୍ନ ସ୍ଥାନରେ ଛପି ରହିଥିଲେ।
ଗଞ୍ଜେଇ ଚାଲାଣକାରୀ କେହି ନଥିବା ଭାବି ଗୋଚ୍ଛାପଡ଼ା ଥାନା ବାଳନ୍ଦାପଡ଼ା ଓ ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି କଣ୍ଟାମାଳ ଦେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ସୁଟାଣିଘାଟି ରାସ୍ତାରେ ଅଟକାଇ ଥିଲା।
ଏହି ସମୟରେ ଅଭିଯୁକ୍ତମାନେ ବାଇକ ଓ ଗଞ୍ଜେଇ ତଳେ ପକେଇ ଖସିବାକୁ ଚେଷ୍ଟା କରିଥିଲେ। ପୁଲିସ ଚତୁରତାର ସହ ୪ଜଣକୁ କାବୁ କରିବାରେ ସଫଳ ହୋଇଛି।ଏହାପରେ ଗଞ୍ଜେଇ ଚାଲାଣର ମୁଖ୍ୟ ପୁଲିସକୁ ଡକାୟତ ଭାବି ଏକ ଦାମୀ କାରରେ ଆସି ମାଉଜର ଦେଖାଇ ମାରିବାକୁ ଚେଷ୍ଟା କରିଥିଲେ। ପୁଲିସ ତାକୁ ମଧ୍ୟ କୌଶଳ କ୍ରମେ ଗିରଫ କରିବାରେ ସଫଳ ହୋଇଛି। ଘଟଣା ସ୍ଥଳରୁ ଗୋଚ୍ଛାପଡ଼ା ପୁଲିସ ୪ କୁଇଣ୍ଟାଲ ଗଞ୍ଜେଇ, ଦାମୀ କାର ସହ ୭ ଟି ବିଭିନ୍ନ କମ୍ପାନୀର ବାଇକ, ଗୋଟିଏ ମାଉଜର, ୬ ଟି ଜୀବନ୍ତ ଗୁଳି, ୪୬ ହଜାର ଟଙ୍କା, ୧୦ ଟିମୋବାଇଲ, ହକି ଷ୍ଟିକ, ୨ ଟି ବେଶ ବଲ ଷ୍ଟିକ ଜବତ କରିଥିଲା। ଘଟଣାରେ ଅନ୍ୟଜଣେ ଫେରାର ଥିବା ପୁଲିସ ସୂଚନା ଦେଇଛି। ସମସ୍ତ ୭ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଗୋଚ୍ଛାପଡ଼ା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମାଫିଆ କୋଟି କୋଟି ଟଙ୍କାର ମାଲିକ ବୋଲି ମଧ୍ୟ ପୁଲିସ୍ ତାହାର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
କନ୍ଧମାଳ ଜିଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ରେ ନିଷ୍ପତି : ମହାପ୍ରୟାଣ ଗାଡ଼ି ବଦଳରେ ବ୍ୟବହାର ହେବ ୧୦୮ ଆମ୍ବୁଲାନ୍ସ
କନ୍ଧମାଳ, ୭/୮ : କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟଳୟର ସଭାଗୃହ ପରିସରରେ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ଗତ ଜିଲା ସ୍ୱାସ୍ଥ୍ୟ ସମିତି କାର୍ଯ୍ୟନିର୍ବାହୀ କମିଟି ବୈଠକର ବିବରଣୀ ସମ୍ପର୍କରେ ଆଲୋଚନା କରିବା ସହିତ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦନ କରାଯାଇଥିଲା।
ଫୁଲବାଣୀ ପୌରପରିଷଦର ମହାପ୍ରୟାଣ ଗାଡ଼ି ମରାମତି ବାବଦରେ ବେଶି ଖର୍ଚ୍ଚ ହେଉଥିବାରୁ ୧୦୮ ଆମ୍ବୁଲାନ୍ସକୁ ମହାପ୍ରୟାଣ ଗାଡ଼ି ଭାବେ ବ୍ୟବହାର କରାଯିବ।
ଜିଲା ସଦର ମହକୁମା ଚିକିତ୍ସାଳୟର ଜଣେ ଗାଡ଼ି ଚାଳକଙ୍କୁ ସେହି ଗାଡ଼ି ପାଇଁ ଅବସ୍ଥାପିତ କରାଯିବ। ସେଥିପାଇଁ ଆବଶ୍ୟକ ଖର୍ଚ୍ଚ ଜିଲାପାଳଙ୍କ ଅନୁମୋଦନ କ୍ରମେ ରେଡକ୍ରସ ପାଣ୍ଠିରୁ ଭରଣା କରାଯିବ। ଜିଲା ସଦର ମହକୁମା ନିକଟରେ କାର୍ଯ୍ୟ କରୁଥିବା ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଜନସ୍ୱାର୍ଥ ପାଇଁ ଆଭ୍ୟନ୍ତରୀଣ ଅଞ୍ଝଳକୁ ସ୍ଥାନାନ୍ତର କରାଯିବ।
ଜିଲା ମୁଖ୍ୟ ଚିକିତ୍ସାଳୟ/ଉପଖଣ୍ଡ ଚିକିତ୍ସାଳୟ ପାଇଁ ହେଲ୍ପ ଡେସ୍କ ସେବା ଏବଂ ହସ୍ପିଟାଲ ଡାଏଟ୍ ସର୍ଭିସ୍ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି।
ସେହିପରି, ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରସବ ହାର, ମାତୃ ଓ ଶିଶୁ ମୃତ୍ୟୁ ହାର, ନବଜାତ ଶିଶୁ ମୃତ୍ୟୁ ହାର, ପୃଷ୍ଟକର ଥଇଥାନ କେନ୍ଦ୍ର, ଶୂନ ରୁ ୬ ବର୍ଷ ବୟସର ଶିଶୁ ଲିଙ୍ଗ ଅନୁପାତ ଉପରେ ଆଲୋଚନା କରାଯାଇଥିଲା। କେଉଁ ସି.ଏଚ୍.ସି.ରେ ଏକ୍ସ-ରେ କରାଯାଉନାହିଁ ଏବଂ କ’ଣ ପାଇଁ କରାଯାଉନାହିଁ ଜିଲ୍ଲାପାଳ ପଚାରି ବୁଝିଥିଲେ।
ଉକ୍ତ ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପଣ୍ଡାଙ୍କ ସମେତ ସମସ୍ତ ବିଭାଗର ଚିକିତ୍ସା ଅଧିକାରୀ, ଜିଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ, ଜିଲା ହୋମିଓପାଥି ଚିକିତ୍ସା ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରମ୍ୟ ଜଳ ଯୋଗାଣ ଓ ପରିମଳ ଏବଂ ରାସ୍ତା ଓ କୋଠାବାଡ଼ି, ଜିଲା ଶିକ୍ଷା ଅଧିକାରୀ, ଜିଲା ପଞ୍ଝାୟତ ଅଧିକାରୀ, ନିର୍ବାହୀ ଅଧିକାରୀ, ଫୁଲବାଣୀ ପୌରପରିଷଦ, ଜିଲା ସଦର ମହକୁମା ଚିକିତ୍ସାଳୟର ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31