ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ, ସର୍ବସାଧାରଣ ଦର୍ଶନ ବନ୍ଦ
November 07
20:57
2022
ପୁରୀ, ୮/୧୧: ଚନ୍ଦ୍ରଗ୍ରହଣ ପାଇଁ ଆସନ୍ତାକାଲି ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି । ଗ୍ରହଣ ନୀତି ପାଇଁ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି ।
ସୋମବାର ପହଡ଼ ପରେ ଆସନ୍ତାକାଲି ସକାଳ ୬ଟା ଯାଏଁ ଦର୍ଶନ ବନ୍ଦ ରହିବ । ଆଜି ରାତିରେ ପହୁଡ଼ ପଡିବା ପରେ କାଲି ସକାଳ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କାର୍ତ୍ତିକ ପୂର୍ଣ୍ଣିମାରେ ରାହୁ ଗ୍ରସ୍ତୋଦୟ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ନିମନ୍ତେ ଶ୍ରୀବିଗ୍ରହମାନଙ୍କ ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ରାତ୍ର ପହୁଡ଼ଠାରୁ ଆସନ୍ତାକାଲି ସକାଳ ଘ.୬.୦୦ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।