Indus Valley Times

ଚଳନ୍ତା ମୋ ବସରେ ଲାଗିଲା ନିଆଁ, ଗାଡିରେ ନଥିଲେ କୌଣସି ଯାତ୍ରୀ

 Breaking News

ଚଳନ୍ତା ମୋ ବସରେ ଲାଗିଲା ନିଆଁ, ଗାଡିରେ ନଥିଲେ କୌଣସି ଯାତ୍ରୀ

ଚଳନ୍ତା ମୋ ବସରେ ଲାଗିଲା ନିଆଁ, ଗାଡିରେ ନଥିଲେ କୌଣସି ଯାତ୍ରୀ
June 28
10:52 2024

କଟକ, ୨୮/୬ : ହୁତୁହୁତୁ ହୋଇ ରାସ୍ତା ଉପରେ ଜଳିଗଲା ମୋ ବସ୍। କଟକ ସିଡିଏ ସେକ୍ଟର-୯ ଅଞ୍ଚଳରେ ‘ମୋ ବସ୍’ରେ ନିଆଁ ଲାଗିଯାଇଛି। ବସ୍ରେ ଥିବା ଯାତ୍ରୀମାନେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ହେଲେ ନିଆଁ ଲାଗି ବସ୍ଟି ଜଳିଯାଇଛି।
ଆଜି ସକାଳେ ମୋ ବସଟି ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିଲା। କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଏହା ଜାଣିପାରି ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲା। ପରେ ବସ୍ଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ରାସ୍ତା ଉପରେ ଜଳି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ତେବେ ବସ୍ରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ବସ୍ରେ ସର୍ଟସର୍କିଟରୁ ନିଆଁ ଲାଗିଲା ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031