Indus Valley Times

ଚାରି ହଜାର ଟଙ୍କା ପାଇଁ ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁଇଭାଇ, ତିନି ଅଭିଯୁକ୍ତ ଗିରଫ

 Breaking News

ଚାରି ହଜାର ଟଙ୍କା ପାଇଁ ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁଇଭାଇ, ତିନି ଅଭିଯୁକ୍ତ ଗିରଫ

ଚାରି ହଜାର ଟଙ୍କା ପାଇଁ ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁଇଭାଇ, ତିନି ଅଭିଯୁକ୍ତ ଗିରଫ
July 04
20:33 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ

ଖୋର୍ଦ୍ଧା, ୪/୭ : ବାକି ଥିବା ଚାରି ହଜାର ଟଙ୍କା ନ ଦେବାରୁ ଆରମ୍ଭ ହୋଇଥିଲା ବଚସା। ବଚସା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ଦୁଇଭାଇଙ୍କ କାଠ ଫାଳିଆ ମାଡ଼ରେ ଯୁବକର ମୃତ୍ୟୁ ଘଟିଛି। ପୋଲିସ ମୃତ ଦେହ ଜବତ କରିବା ସହ ହତ୍ୟାକାଣ୍ଡର ଖୁଲାସା କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି।
ଘଟଣା ଘଟିଥିଲା ଜଟଣୀ ଥାନା ଅନ୍ତର୍ଗତ ପଦନପୁର ଅଞ୍ଚଳରେ। ସେଇ ଅଞ୍ଚଳର ଭିମରାଜ ମହାନ୍ତି (୩୮) ଏବଂ ସୁରେଶ ମହାନ୍ତି (୩୬) ଦୁଇଭାଇଙ୍କ ସହ ଗତ ୨୮ ତାରିଖ ସନ୍ଧ୍ୟାରେ ଜଟଣୀ ଥାନା ଅଧିନସ୍ଥ ବିକାଶ ନଗରର ହିରଣ୍ୟ ବେହେରାଙ୍କ ସହ ଚାରି ହଜାର ଟଙ୍କା ବାକି ପଇସାକୁ ନେଇ ଗଣ୍ଡଗୋଳ ହୋଇଥିଲା।
ଗଣ୍ଡଗୋଳର କିଛି ସମୟ ପରେ ସମସ୍ତେ ମଦ ପିଇ ପୁନର୍ବାର ପୂର୍ବକଥାକୁ ଦୋହରାଇ ଥିଲେ। ଦୁଇଭାଇଙ୍କ କାଠ ଫାଳିଆ ମାଡ଼ରେ ହିରଣ୍ୟର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।
ମୃତଦେହକୁ ଉଭୟ ଦୁଇଭାଇ ନିଜ ସମ୍ପର୍କୀୟଙ୍କ ସହ ମିଶି ଖୋର୍ଦ୍ଧା ଠେଙ୍ଗା ହାଟରୁ ବରୁଣେଇ ଯିବା ରାସ୍ତାରେ ଥିବା ବଧାପୋଖରୀ ନିକଟରେ ଫୋପାଡି ଦେଇଥିଲେ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଗତ ୨୯ /୬ ତାରିଖ ରବିବାର ଦିନ ମୃତଦେହ ଜବତ କରିବା ସହ ଅନୁସନ୍ଧାନ ଜାରୀ ରଖିଥିଲା।
ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ନିର୍ଦେଶ ରେ ତିନୋଟି ଟିମ ଏସ.ଡି.ପି.ଓ ଖୋର୍ଦ୍ଧା ନିହାର ରଞ୍ଜନ ପ୍ରଧାନ, ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ଇନ୍ସପେକ୍ଟର ସଞ୍ଜୟ ନାୟକ, ସଦର ଥାନା ଅଧିକାରୀ ଇନ୍ସପେକ୍ଟର କାହ୍ନୁଚରଣ ସ୍ୱାଇଁ, ସବ ଇନ୍ସପେକ୍ଟର ବାସୁଦେବ ଜୟସିଂହ ଏବଂ ଭାଗ୍ୟଶ୍ରୀ ବେହେରା ପ୍ରମୁଖ ଏହି ଘଟଣାର ଅନୁସନ୍ଧାନ କରିଥିଲେ।
ଘଟଣାର ୫ଦିନ ପରେ ପୁଲିସ ଏହାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପୂର୍କ୍ତ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଦୁଇ ଭାଈ ଭୀମରାଜ ମହାନ୍ତି, ସୁରେଶ ମହାନ୍ତି ଏବଂ ତାଙ୍କ ସମ୍ପର୍କୀୟ ବିକ୍ରମ ଦାସକୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ ।
ହତ୍ୟାକାଣ୍ଡରେ ବ୍ୟବହୃତ ଅଟୋ, ଟାଟା ମ୍ୟାଜିକ, ବାଇକ୍, କାଠ ଫାଳିଆ, ମୋବାଇଲ ଗୁଡିକୁ ଜବତ କରାଯିବା ସହିତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଜ଼ିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହିତ,ଏହି ହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଏକ ମାସ ମଧ୍ୟରେ ଅଦାଲତକୁ ପ୍ରଦାନ କରାଯିବା ସହିତ ଅଭିଯୁକ୍ତ ମାନେ ଯେପରି କଠୋର ଦଣ୍ଡ ପାଇପାରିବେ ସେଥିପ୍ରତି ପୁଲିସ ପକ୍ଷରୁ ସମସ୍ତ ଉଦ୍ୟମ କରାଯିବ ବୋଲି କହିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031