Legatus

ଚାଷୀଙ୍କ ପାଇଁ ଖୁସି ଖବର ! ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ

 Breaking News

ଚାଷୀଙ୍କ ପାଇଁ ଖୁସି ଖବର ! ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ

June 21
18:47 2024

ଭୁବନେଶ୍ବର, ୨୧/୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଛି। ଗ୍ରୀଷ୍ମ ଲହରିରେ ବ୍ରେକ୍ ଲାଗିଛି। ଲୋକଙ୍କୁ ଆଶ୍ବସ୍ତି ମିଳିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦିନେ ଦୁଇଦିନ ମଧ୍ୟରେ ରାଜ୍ୟର ଅନ୍ୟ ୬ଟି ଜିଲ୍ଲାକୁ ମୌସୁମୀ ଛୁଇଁବ।
ସୂଚନାଯୋଗ୍ୟ, ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତମାସ ଛୁଇଁଥିଲା। କେରଳରେ ଏହା ମେ’ ମାସ ୩୦ ତାରିଖରେ ସ୍ପର୍ଶ କରିଥିଲା। ଓଡ଼ିଶାରେ ମୌସୁମୀ ବାୟୁ ଗତ ୮ ତାରିଖରେ ଛୁଇଁଥିଲା।
ମୌସୁଭୀ ବାୟୁ ସ୍ପର୍ଶ କଲା ପରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ଏଠାରେ ସର୍ବାଧିକ ୫୫.୫ମିମି ବର୍ଷା ରେକର୍ଡ କରାଯାଇଥିଲା।
ମୌସୁମୀ ବର୍ଷା ହେବା ପରେ ଗ୍ରୀଷ୍ମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ମୌସୁମୀ ପ୍ରଭାବରେ ଏବେ କ୍ରମଶଃ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହେବ। ଚାଷ କାମ ଆରମ୍ଭ ହୋଇଯିବ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31