Indus Valley Times

ଚିତାବାଘ ଛାଲ ସହ ବନ୍ଧୁକ ଜବତ: ଜଣେ ଗିରଫ

 Breaking News

ଚିତାବାଘ ଛାଲ ସହ ବନ୍ଧୁକ ଜବତ: ଜଣେ ଗିରଫ

February 14
11:01 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୪/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡ଼ି ଥାନା ଅଧୀନ ଦାସିଙ୍ଗବାଡ଼ିରେ ଏସ୍ଟିଏଫ୍ ପକ୍ଷରୁ ଚଢ଼ଉ କରାଯାଇ ଗୋଟିଏ ଚିତାବାଘ ଛାଲ ସହିତ ଗୋଟିଏ ଦେଶୀବନ୍ଧୁକ ଜବତ କରାଯାଇଛି। ଘଟଣାରେ ଦାରିଙ୍ଗବାଡି ଥାନା ଅଧୀନ ଗୋହିବାଡ଼ିର ଘନେଶ୍ବର ପ୍ରଧାନ (୩୫) ଙ୍କୁ ଗିରଫ କରାଯାଇଛି। ଘନେଶ୍ବର ନିକଟରେ ବାଘଛାଲ ଓ ବନ୍ଧୁକ ଥିବା ନେଇ ଏସ୍ଟିଏଫ୍ ଟିମ୍ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ତାକୁ ଗିରଫ କରାଯାଇ ଦାରିଙ୍ଗିବାଡ଼ି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା।
ଏ ନେଇ ଏସ୍ଟିଏଫ୍ ଟିମ ଏକ ମାମଲା ରୁଜୁ କରିଛି। ଏହି ଚଢ଼ଉରେ ଏସ୍ଟିଏଫ୍ ସମେତ ଫୁଲବାଣୀ ଏବଂ ବାଲିଗୁଡ଼ା ବନଖଣ୍ଡର କର୍ମଚାରୀ ମାନେସାମିଲ ଥିଲେ।
ତେବେ ଜବତ ହେବା ପରେ ଏହି ଚିତାବାଘ ଛାଲର ପରୀକ୍ଷଣ ପାଇଁ ଡେରାଡୁନ୍ ସ୍ଥିତ ଡବ୍ଲ୍ୟୁଆଇଆଇକୁ ପଠାଯାଇଛି ବୋଲି ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।
ଜବତ ହୋଇଥିବା ଦେଶୀ ବନ୍ଧୁକକୁ ରସୁଲଗଡ଼ ସ୍ଥିତ ଏସ୍ଏଫ୍ଏସ୍ଏଲ୍ ଲାବୋରେଟୋରିକୁ ପଠାଯାଇଛି। ଏ ସଂକ୍ରାନ୍ତରେ ତଦନ୍ତ ଜାରି ରହିଛି ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30