Indus Valley Times

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକରେ ଯୋଗଦେଲେ ଆଇନମନ୍ତ୍ରୀ

 Breaking News

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକରେ ଯୋଗଦେଲେ ଆଇନମନ୍ତ୍ରୀ

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକରେ ଯୋଗଦେଲେ ଆଇନମନ୍ତ୍ରୀ
October 26
20:19 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୫/୧୦ : ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା,ଐତିହ୍ୟ,ବୈଭବ ଓ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସମୃଦ୍ଧିଶାଳୀ ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଜ୍ଜୀବିତ କରିବା ଉଦେଶ୍ୟରେ ଆସନ୍ତା ନଭେମ୍ବର ୪ ଓ ୫ ତାରିଖ ଦୁଇଦିନ ଧରି ବୋଇତ ବନ୍ଦାଣ ମହୋତ୍ସବ ଚିଲିକା କୂଳରେ ପାଳନ କରାଯିବ।
ଦୀର୍ଘ ୩୫ ବର୍ଷ ଧରି ପାଳିତ ହୋଇଆସୁଥିବା ଐତିହ୍ୟ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ଏବଂ ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା।
ବାଲୁଗାଁ ଏନଏସି ଓ ମସ୍ୟଜୀବୀ ସଂଘ ସହଯୋଗରେ ଆୟୋଜିତ ବୋଇତ ବନ୍ଦାଣ ମହୋତ୍ସବରେ ବିଭିନ୍ନ ମହଲରୁ ସହଯୋଗ କରିବାକୁ ସହମତି ପ୍ରକାଶ ପାଇଥିଲା।
ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଆଇନ,ପୁର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ,ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ,ସମସ୍ତ କାଉନସିଲର, ଚିଲିକା ବିଡ଼ିଓ ପୁନମ ମହାପାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଞ୍ଜୟ କୁମାର ପଟ୍ଟନାୟକ,ବାଲୁଗାଁ ଏନଏସି କାର‌୍ୟ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ,ବିଭିନ୍ନ ସଙ୍ଘ ଓ ଅନୁଷ୍ଠାନର କର୍ମକର୍ତ୍ତା ମଟର ବୋଟ ସଙ୍ଘ ସଭାପତି,ସମ୍ପାଦକଙ୍କ ସମେତ ବୁଦ୍ଧିଜୀବୀ,ସମାଜସେବୀ,ସିଡିଏ କର୍ମଚାରୀ,ପୋଲିସ ପ୍ରଶାସନ,ଅଗ୍ନିଶମ କର୍ମଚାରୀ,ସ୍ୱାସ୍ଥ୍ୟ ବିଭାଗ,ବନ୍ୟପ୍ରାଣୀ ବିଭାଗ କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031