Legatus

ଚିଲିକାରେ ଆରମ୍ଭ ହେଲା ଇରାୱାଡି ଡ଼ଲଫିନ ଗଣନା

 Breaking News

ଚିଲିକାରେ ଆରମ୍ଭ ହେଲା ଇରାୱାଡି ଡ଼ଲଫିନ ଗଣନା

January 20
11:56 2024

ଚିଲିକା, ୨୦/୧: ଚିଲିକାରେ ଆରମ୍ଭ ହେଲା ଇରାୱାଡି ଡ଼ଲଫିନ ଗଣତି । ମୋଟ ୧୮ଟି ଟିମ ଚିଲିକାର ୪ଟି ଅଞ୍ଚଳକୁ ଯାଇ ଡ଼ଲଫିନ ଗଣତି କରୁଛନ୍ତି । ସେଣ୍ଟ୍ରାଲ ସେକ୍ଟରରେ ୬ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରରେ ୧ଟି ଟିମ, ଆଉଟର ଚ୍ୟାନେଲରେ ୭ଟି ଟିମ ଗଣତି ଆରମ୍ଭ କରିଛନ୍ତି।ପ୍ରତ୍ୟେକ ଟିମରେ ୮ ରୁ ୧୦ ଜଣ ସଦସ୍ୟ ରହିଛନ୍ତି ।
ସକାଳ ୬ଟାରେ ଗଣତି ଆରମ୍ଭ ହୋଇଛି। ଏହି ଡଲଫିନ ଗଣନା ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି। ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ ରହିଛନ୍ତି। ଭିଡିଓଗ୍ରାଫି, ଫୋଟୋଗ୍ରାଫି, ବାଇନାକୁଲର ଏବଂ ଜିପିଏସ ବ୍ୟବହାର ଦ୍ୱାରା ଗଣନା କରାଯାଉଛି।
ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ୍ ସଂଘ, ଡଲଫିନ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି। ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି।
ସେହିପରି କେନ୍ଦ୍ରପଡ଼ା ଗହୀରମଥାରେ ମଧ୍ୟ ଡଲଫିନ ଗଣନା ହେଉଛି। ସାମୁଦ୍ରିକ ଅଭୟାରଣ୍ୟର ଆଖପାଖ ନଈନାଳରେ ଏହି ଗଣନା କରାଯାଉଛି। ୯ଟି ଟିମ୍ ୩ ଦିନ ଧରି ଏହି ଅଞ୍ଚଳରେ ଡଲଫିନ ଗଣନା କରୁଛନ୍ତି। ପ୍ରତି ଟିମ୍ ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31