Indus Valley Times

ଛତିଶଗଡ଼ ମୁହାଁଇବା ବେଳେ ଓଡ଼ିଶା ଉପରେ ପଡ଼ିବ ବଡ ପ୍ରଭାବ, ଦକ୍ଷିଣ ଓଡ଼ିଶାରେ ଫ୍ଲାସ୍ ଫ୍ଲଡ୍ ଆଶଙ୍କା

 Breaking News

ଛତିଶଗଡ଼ ମୁହାଁଇବା ବେଳେ ଓଡ଼ିଶା ଉପରେ ପଡ଼ିବ ବଡ ପ୍ରଭାବ, ଦକ୍ଷିଣ ଓଡ଼ିଶାରେ ଫ୍ଲାସ୍ ଫ୍ଲଡ୍ ଆଶଙ୍କା

ଛତିଶଗଡ଼ ମୁହାଁଇବା ବେଳେ ଓଡ଼ିଶା ଉପରେ ପଡ଼ିବ ବଡ ପ୍ରଭାବ, ଦକ୍ଷିଣ ଓଡ଼ିଶାରେ ଫ୍ଲାସ୍ ଫ୍ଲଡ୍ ଆଶଙ୍କା
October 28
11:22 2026

ଭୁବନେଶ୍ୱର, ୨୮/୧୦ : ଆଗୁଆ ମାଡ଼ି ଆସିଲା ‘ଅର୍ଣ୍ଣବ’। ଆନ୍ଧ୍ରରେ ଭିଆଇଲା ତାଣ୍ଡବ। ଅତି ଭୀଷଣ ବାତ୍ୟା ରୂପରେ ମଙ୍ଗଳବାର ବିଳମ୍ବିତ ରାତିରେ କାକିନାଡ଼ାର ଦକ୍ଷିଣରେ କଲା ଲ୍ୟାଣ୍ଡଫଲ୍ ।
ସ୍ଥଳଭାଗ ଛୁଇଁଲାବେଳକୁ ପବନ ପିଟୁଥିଲା ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ବେଗରେ। ଝଟକା ପବନ ୧୫୦ କିମି ଯାଏଁ ଯାଇଥିବା ଅନୁମାନ କରାଯାଉଛି। ଅତି ପ୍ରବଳ ବର୍ଷା ବି ଅଜାଡ଼ିଛି । ମୋଡ଼ି ମକଚି ଦେଇଛି ଉପକୂଳବର୍ତ୍ତୀ ଆନ୍ଧ୍ର ଅଞ୍ଚଳକୁ।
ବିଶାଖାପଟ୍ଟନମ, ଶ୍ରୀକାକୁଲମ, ବିଜୟନଗରମ, କାକିନାଡ଼ା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଧରାଶାୟୀ ହୋଇଛି ବିରାଟକାୟ ଗଛ। ବହୁ ସ୍ଥାନରେ ଗଛ ପଡ଼ି ଅବରୋଧ ହୋଇଛି ରାସ୍ତା।
ଅନେକ ସ୍ଥାନରେ ଛପର, ହୋର୍ଡିଂ ଉଡ଼ି ପଡ଼ିଛି। କଚା ଘର ଭାଙ୍ଗିଛି । ବିଦ୍ୟୁତ, ଟେଲି ସେବା ବି ମାଟି କାମୁଡ଼ିଛି ବିଭିନ୍ନ ଅଞ୍ଚଳରେ।
ଆଇଏମଡିର ପୂର୍ବାନୁମାନ କହୁଛି, ସିଧା ମାଡ଼ ନ ହେଲେ ବି ଦକ୍ଷିଣ ଓଡ଼ିଶାରେ ୬୦-୭୦ ପବନ ଏବଂ ଝଟକା ପବନ ୮୦ କିମି ପର୍ଯ୍ୟନ୍ତ ରହିପାରେ।
ଆନ୍ଧ୍ରରେ କୋପ ଦେଖାଇବା ପରେ ବାତ୍ୟା ପଶିବ ଓଡ଼ିଶାକୁ । ଦକ୍ଷିଣ ଓଡ଼ିଶାର ମାଲକାନଗିରି ଭିତର ଦେଇ ମୁହାଁଇବ ଛତିଶଗଡ଼ ଆଡ଼କୁ ।
ବାତ୍ୟାର ବଳୟ ପାର୍ଶ୍ବରେ ଦକ୍ଷିଣ ଓଡ଼ିଶାର ଟିଭିନ୍ନ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳ ବି ପଡ଼ିବ।
ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଆସନ୍ତା ଦୁଇଦିନ (୨୮,୨୯) ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପରେ) ।
ଲଗାଣ ବର୍ଷା, ପବନ ଯୋଗୁ ଦକ୍ଷିଣ ଓଡ଼ିଶାରେ ଭୂସ୍ଖଳନ ଆଣକା ରହିଛି। ଅନ୍ୟପଟେ ଲଗାଣ ବର୍ଷରେ ନାଗାବଳୀ, ଋଷିକୁଲ୍ୟା, ଗୋଦାବରୀ ପୁଲିବା ଆଶଙ୍କା ରହିଛି ।
ଛତିଶଗଡ଼ରେ ପ୍ରବଳ ବର୍ଷା ହେଲେ ମହାନଦୀ ଉପରମୁଣ୍ଡ ଜଳସ୍ତର ବଢ଼ିପାରେ। ପାଣିପାଗ ବିଭାଗ ଆକଳନ ଅନୁସାରେ ବୁଧବାର ଭୋର ସମୟରୁ ଗଞ୍ଜାମ ଗଜପତି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପବନ ବେଗ ଘଣ୍ଟା ପ୍ରତି ୬୦-୭୦ କିମି ରହିପାରେ। ଝଟକା ପବନ ୮୦ କିମି ପର‌୍ୟ୍ୟନ୍ତ ଯାଇପାରେ।
ଲ୍ୟାଣ୍ଡଫଲ୍ ପରେ ବାତ୍ୟା ତୀବ୍ରତା କମିଥିବାବେଳେ ଏହା ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ଭିତରକୁ ପଶିବ। ସମ୍ଭାବ୍ୟ ଗତିପଥ ଅନୁସାରେ ବୁଧବାର ରାତି ପର୍ଯ୍ୟନ୍ତ ପବନ କୋପ ରହିବ।
ଓଡ଼ିଶାରେ ମଙ୍ଗଳବାରଠାରୁ ବର୍ଷା ଲାଗି ରହିଛି। ଉପକୂଳ ଏବଂ ଦକ୍ଷିଣରେ ବର୍ଷା ସହ ହାଲୁକା ପବନ ରହିଛି। ସନ୍ଧ୍ୟା ପରଠାରୁ ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ବଢ଼ିବାରେ ଲାଗିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031