Indus Valley Times

ଜନ୍ହାପଙ୍କ ଠାରେ ଜିଲ୍ଲା ସ୍ତରୀୟ ଆୟୁଷ୍ମାନ ଏକକ ଜନ ଆରୋଗ୍ୟ ଯୋଜନା କାର୍ଡର ଶୁଭାରମ୍ଭ କାର୍ଯ୍ୟକ୍ରମ

 Breaking News

ଜନ୍ହାପଙ୍କ ଠାରେ ଜିଲ୍ଲା ସ୍ତରୀୟ ଆୟୁଷ୍ମାନ ଏକକ ଜନ ଆରୋଗ୍ୟ ଯୋଜନା କାର୍ଡର ଶୁଭାରମ୍ଭ କାର୍ଯ୍ୟକ୍ରମ

ଜନ୍ହାପଙ୍କ ଠାରେ ଜିଲ୍ଲା ସ୍ତରୀୟ ଆୟୁଷ୍ମାନ ଏକକ ଜନ ଆରୋଗ୍ୟ ଯୋଜନା କାର୍ଡର ଶୁଭାରମ୍ଭ କାର୍ଯ୍ୟକ୍ରମ
April 11
20:20 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୪ : ଶୁକ୍ରବାର ଅପରାନ୍ହ ୩ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ୍ ଜନ୍ହାପଙ୍କ ଠାରେ ଜିଲ୍ଲା ସ୍ତରୀୟ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୁଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନାର କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
କଟକ ଠାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡା ଓ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଜନ୍ହାପଙ୍କ ଠାରେ ପ୍ରଦର୍ଶନ କାରା ଯାଇଥିଲା । ଜନ୍ହାପଙ୍କ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀ ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଏ ଅବସରରେ ଉକ୍ତ ଏକକ ଆୟୁଷ୍ମାନ ଜନ ଆରୋଗ୍ୟ କାର୍ଡ ହିତାଧିକାରୀ ମାନଙ୍କୁ ବଣ୍ଟନ ଅତିଥିଗଣଙ୍କ ଦ୍ବାରା ବଣ୍ଟନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930