Indus Valley Times

ଜମ୍ମୁ କଶ୍ମୀର ବୁଲି ଯାଇଥିଲେ ଓଡ଼ିଆ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁ

 Breaking News

ଜମ୍ମୁ କଶ୍ମୀର ବୁଲି ଯାଇଥିଲେ ଓଡ଼ିଆ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁ

April 22
20:33 2025

ନୂଆଦିଲ୍ଲୀ,୨୨/୪: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ୍‌ରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଶାର ପ୍ରଶାନ୍ତ ଶତପଥୀ ନାମକ ଯୁବକ ମୃତ୍ୟୁ ବରଣ କରିଛନ୍ତି। ସେ ପତ୍ନୀ ପ୍ରିୟଦର୍ଶିନୀଙ୍କ ସହ ୮ ବର୍ଷର ପୁଅ ସହିତ ବୁଲିଯାଇଥିଲେ।
ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଆତଙ୍କବାଦୀମାନେ ପର‌୍ୟ୍ୟଟକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ। ଗୁଳିମାଡ଼ରେ ୮ ଜଣ ପର୍ଯ୍ୟଟକ ଏବଂ ୨ ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷା ବାହିନୀ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଓଡ଼ିଆ ଯୁବକଙ୍କ ଅବସ୍ଥା ଗୁରୁତର ରହିଥିଲା।
ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଆତଙ୍କବାଦୀମାନେ ପର‌୍ୟ୍ୟଟକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିଲେ। ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଏହି ଘଟଣା ପର‌୍ୟ୍ୟଟନ ଋତୁ ମଧ୍ୟରେ ପହଲଗାମ୍‌ରେ ଆତଙ୍କ ସୃଷ୍ଟି କରିଛି। ଓଡ଼ିଶା ସରକାର ଶଶି କୁମାରୀଙ୍କ ଚିକିତ୍ସା ଓ ପରିବାରକୁ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନେଉଥିବା ଜଣାପଡ଼ିଛି।
ଏହି ଆକ୍ରମଣ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ପର‌୍ୟ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031