Indus Valley Times

ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

 Breaking News

ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
April 24
17:10 2025

ପୁରୀ, ୨୪/୪: ପୁରୀ ଜିଲ୍ଲା ତାଳବଣିଆଠାରେ \’ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫\’ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ୬ ଲକ୍ଷ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାତ୍ମା ଗାନ୍ଧୀ କହୁଥିଲେ,‘ଭାରତ ଗ୍ରାମରେ ବାସ କରେ’।
ଏଥିରେ କୌଣସି ଦ୍ଵିମତ ନାହିଁ । ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଗ୍ରାମରେ ବାସ କରନ୍ତି। ଓଡ଼ିଶାର ୮୩ ପ୍ରତିଶତ ଲୋକେ ଗ୍ରାମରେ ବାସ କରନ୍ତି ।
ତେଣୁ, ଯେତେଦିନ ପର୍ଯ୍ୟନ୍ତ ଗ୍ରାମର ବିକାଶ ହୋଇ ପାରିବ ନାହିଁ, ସେତେଦିନ ପର୍ଯ୍ୟନ୍ତ ଦେଶର ବିକାଶ ଅସମ୍ଭବ । ପ୍ରତ୍ୟେକ ଲୋକଙ୍କ ପାଖରେ କାର୍ଡ ପହଞ୍ଚିବ । ସେହିପରି ଆଗାମୀ ଦିନରେ ଆହୁରି ଲୋକଙ୍କୁ ରାସନ କାର୍ଡ ବଣ୍ଟାଯିବ ବୋଲି ନିଜ ଅଭିଭାଷଣରେ ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ୨୦୦ କୋଟିର ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ୩୧ ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ବ୍ୟକ୍ତିମାନେ ଦୁଇଟି କିସ୍ତିରେ ସେମାନଙ୍କର ସହାୟତା ପାଇବେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031