Indus Valley Times

ଜାତୀୟସ୍ତର ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଘଂର ପ୍ରଶିକ୍ଷାର୍ଥୀଙ୍କ ସଫଳତା

 Breaking News

ଜାତୀୟସ୍ତର ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଘଂର ପ୍ରଶିକ୍ଷାର୍ଥୀଙ୍କ ସଫଳତା

October 02
22:32 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୧୦: ୫୩ତମ କେନ୍ଦ୍ରୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତା ଉତ୍ତର ପ୍ରଦେଶର ଫରିଦାବାଦଠାରେ ଅନୁଷ୍ଠିତ ହୋଇଯାଇଛି ।
ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରୁ ଆଞ୍ଚଳିକ ସ୍ତରରେ ଚୟନ ହୋଇ ଜାତୀୟସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମିତ୍ତ ଇଣ୍ଡିଆନ ରାଉଣ୍ଡରେ ତୀରନ୍ଦାଜୀ ସୂରଜ ମେହେର,କ୍ରୀଷ୍ଣାମୟୀ ମହାକୁଡ,ସନ୍ତୃପ୍ତି ସାହୁ, ସ୍ନିଗ୍ଧାରାଣୀ ଯାନୀ ଏବଂ କମ୍ପାଉଣ୍ଡ ରାଉଣ୍ଡରେ ଆଦିତ୍ୟ ଅଗ୍ରୱାଲ ଫରିଦାବାଦ ଯାତ୍ରା କରିଥିଲେ ।
ସହାୟକ ଶିକ୍ଷକ ଶ୍ରୀ ଅଶୋକ କୁମାର ଭୁଏ ଓ ଶ୍ରୀମତୀ ଜୟନ୍ତୀ କର୍ଣ୍ଣଙ୍କ ତତ୍ତ୍ଵାବଧାନ ଓ ପ୍ରିନ୍ସିପାଲ ସନକ କୁମାର ମେହେରଙ୍କ ମାର୍ଗ ଦର୍ଶନରେ ତୀରନ୍ଦାଜୀଗଣ ନିଜ ନିଜର ପାରଦର୍ଶିତା ବଳରେ ବିଭିନ୍ନସ୍ତର ସଫଳତାର ସହ ଅତିକ୍ରମକରି ଫାଇନାଲରେ ସୂରଜ ମେହେର ଦୁଇଟି ସ୍ଵର୍ଣ୍ଣ ପଦକ, କ୍ରୀଷ୍ଣାମୟୀ ମହାକୁଡ ରୋପ୍ୟ ପଦକ, ସନ୍ତୃପ୍ତି ସାହୁ ବ୍ରୋଞ୍ଜ ପଦକ ପାଇବାରେ ସଫଳ ହୋଇଛନ୍ତି ।
ଏହି ଜାତୀୟ ସ୍ତରରେ ହାସଲ କରିଥିବା ସଫଳତା କେବଳ ବୌଦ୍ଧ ନୁହେଁ ଆମ ରାଜ୍ୟ ତଥା ଦେଶ ପାଇଁ ଏକ ଗୌରବ ଆଣିଦେଇଛି । ଏଥିନିମନ୍ତେ ବିଭିନ୍ନ ଅନୁଷ୍ଠାନ ଏବଂ ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ସମସ୍ତ ପ୍ରତିଯୋଗୀ ବୌଦ୍ଧରେ ପହଞ୍ଚିବା ପରେ ସ୍ଥାନୀୟ ଟାଉନହଲ ଠାରେ ଏକ ସ୍ଵତନ୍ତ୍ର ଉତ୍ସବରେ ଉପସ୍ଥିତ ଥିବା ଅତିଥି ଡଃ ଇଂ ଶ୍ରୀ ସଞ୍ଜୟ କୁମାର ପଣ୍ଡା, ଶ୍ରୀ ଚିତ୍ତରଞ୍ଜନ ଦାଶ, ଶ୍ରୀ ବିଶ୍ଵେଶର ପୃଷ୍ଟି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ଉତ୍ସବରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଘଂର କର୍ମକର୍ତ୍ତାଙ୍କ ମଧ୍ୟରେ ଶିବନାରାୟଣ ଶତପଥୀ, ନିରଞ୍ଜନ ମେହେର, ନଟବର ଅଗ୍ରୱାଲ, ଲକ୍ଷ୍ମୀଧର ବେହେରା, ବିଶ୍ଵରଞ୍ଜନ ସାହୁ, ଅକ୍ଷୟ ମହାକୁଡ, ପ୍ରଶାନ୍ତ କୁମାର ଭାଇନା ପ୍ରମୁଖ ସହଯୋଗ କରିବା ସହ ପ୍ରତିଯୋଗୀଙ୍କୁ ମିଠା ଖୁଆଇ ଉତ୍ସାହିତ କରିଥିଲେ ।
ଏହି ସଫଳତା ନିମନ୍ତେ ସଙ୍ଘର ସଭାପତି ଶ୍ରୀ ବସନ୍ତ କୁମାର ସାହୁ ଓ ସମ୍ପାଦକ ଶ୍ରୀ ଅର୍ଜୁନ କଅଁର ତୀରନ୍ଦାଜ କୋଚ ଶ୍ରୀ ମାନସ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତ ପ୍ରତିଯୋଗୀ ଆଗାମୀ ଦିନରେ ହେବାକୁ ଥିବା ତୀରନ୍ଦାଜ ପ୍ରତିଯୋଗିତାରେ ମଧ୍ୟ ଏହି ସଫଳତା ପାଇବାର ଆଶା ପୋଷଣ କରିବାସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031