Indus Valley Times

ଜିରୋ ଟଲେରାନ୍ସ ନୀତିରେ କଂଗ୍ରେସ ଆକ୍ସନ, ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ

 Breaking News

ଜିରୋ ଟଲେରାନ୍ସ ନୀତିରେ କଂଗ୍ରେସ ଆକ୍ସନ, ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ

ଜିରୋ ଟଲେରାନ୍ସ ନୀତିରେ କଂଗ୍ରେସ ଆକ୍ସନ, ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ
July 21
12:55 2025

ଭୁବନେଶ୍ୱର, ୨୧/୭: ବାଲେଶ୍ୱର ଏଫ୍.ଏମ୍. ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା କଂଗ୍ରେସ ଏବେ ନିଜ ଦଳୀୟ ନେତାଙ୍କ କଳା କାରନାମା ପାଇଁ ଲଜ୍ଜିତ ହୋଇଛି ।
ଦୁଷ୍କର୍ମ ମାମଲାରେ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଗିରଫ ହେବା ଆକ୍ସନ୍ ମୁଡକୁ ଆସିଛି ଦଳ । ଉଦିତ ପ୍ରଧାନଙ୍କୁ ନିଲମ୍ବନ କରିବା ପରେ ଏବେ ସ୍ଥିତି ଅନୁଧ୍ୟାନ ପାଇଁ ୬ ଜଣିଆ କମିଟି ଗଠନ କରିଛି ରାଜ୍ୟ କଂଗ୍ରେସ ।
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ, ଉଦିତ ନାରାୟଣ ପ୍ରଧାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ତଥ୍ୟ ଅନୁଧ୍ୟାନ କରିବାକୁ ଏକ ଉଚ୍ଚ ସ୍ତରୀୟ ମହିଳା କମିଟି ଗଠନ ହୋଇଛି । ପସିସି ଉପସଭାପତି ସସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି ।
ଯେଉଁଥିରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ପସିସି ସମ୍ପାଦିକା ଡ. ଦେବସ୍ମିତା ଶର୍ମା, ସୋନାଲି ସାହୁ ଏବଂ ଦୁଇ ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର ଓ ଡ. ମନିଶା ଦାସ ପଟ୍ଟନାୟକ ସଦସ୍ୟା ରହିଛନ୍ତି । ଉକ୍ତ କମିଟି ଅଭିଯୋଗକାରିଣୀଙ୍କୁ ଭେଟି ଆଲୋଚନା କରିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରି ଯଥାଶୀଘ୍ର କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଆଜି ନିଲମ୍ବିତ କରାଯାଇଛି । ତ୍ୱରିତ ପଦକ୍ଷେପ ସ୍ୱରୂପ ଏନ୍ଏସୟୁଆଇର ସଭାପତି ଉଦିତଙ୍କୁ ସୋମବାର ପଦରୁ ନିଲମ୍ବନ କରିଛନ୍ତି ।
ବାଲେଶ୍ୱର ଏଫ୍.ଏମ୍. କଲେଜ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ଜୋରଦାର ଆନ୍ଦୋଳନ କରିଥିଲା । ଯେଉଁଥିରେ ଉଦିତ ପ୍ରଧାନ ମଧ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହିତ ବିକ୍ଷୋଭରେ ସାମିଲ ହୋଇଥିଲେ । ମହିଳାଙ୍କୁ ନ୍ୟାୟ ଦେବାକୁ ଭୁବନେଶ୍ୱରରେ ଗର୍ଜନ କରିଥିଲେ ।
ମାର୍ଚ୍ଚ ୧୮ ତାରିଖରେ ପୀଡ଼ିତା ଜଣଙ୍କ ତାଙ୍କ ବାନ୍ଧବୀ ଓ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀ ଜଣଙ୍କ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ।
ଏହାପରେ ଉଦିତଙ୍କ ଗାଡ଼ିରେ ନୂଆପଲ୍ଲୀ ସ୍ଥିତ ଏକ ହୋଟେଲକୁ ଯାଇଥିଲେ। ସେଠାରେ ଉଦିତ୍ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ କରିବା ପରେ ହୋଟେଲର ଏକ ରୁମରେ ଦୁଷ୍କର୍ମ କରିଥିଲେ । ଏପରିକି ଏ ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଧମକ ମଧ୍ୟ ଦେଇଥିଲେ। ଏହାପରେ ଛାତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031