Indus Valley Times

ଜିଲା ପ୍ରଶାସନ ଓ ଜିଲା ନ୍ୟାୟପାଳିକା ପକ୍ଷରୁ ୭୫ ତମ ସମ୍ବିଧାନ ଦିବସ ପାଳିତ

 Breaking News

ଜିଲା ପ୍ରଶାସନ ଓ ଜିଲା ନ୍ୟାୟପାଳିକା ପକ୍ଷରୁ ୭୫ ତମ ସମ୍ବିଧାନ ଦିବସ ପାଳିତ

November 27
10:58 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୧୧ : ମଙ୍ଗଳବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହଠାରେ ଜିଲାସ୍ତରୀୟ ସମ୍ବିଧାନ ଦିବସ ଉପଲକ୍ଷେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଉତ୍ସବରେ ଜିଲା ଦୌରାଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତା କରି ସମ୍ବିଧାନର ସୁରକ୍ଷାରେ ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋଚନା କରିବା ସହିତ ପ୍ରଶାସନ ଓ ନ୍ୟୟାଳୟ ମିଳିତ ଭାବରେ ପ୍ରୟାସ କଲେ ସାଧାରଣଲୋକ ସାମାଜିକ ନ୍ୟାୟ ସହିତ ସେମାନଙ୍କର ଆର୍ଥିକ ବିକାଶ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।
ସଭାରେ ଜିଲାପାଳ ସୁବ୍ରତ କୁମାର ପଣ୍ଡା ସମ୍ବିଧାନ ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରି ଦେଶର ନାଗରିକଙ୍କୁ ସମ୍ବିଧାନ ଦେଇଥିବା ଅଧିକାର ସଂପର୍କରେ ଆଲୋଚନା କରିଥିଲେ । ବିଶେଷ ଭାବରେ ସରକାରଙ୍କ ଜନସେଚତନତା କାର୍ଯ୍ୟକ୍ରମ,ଗ୍ରାମସଭା,ଦକ୍ଷତା ବିକାଶ ସହ ଦେଶର ସାମଗ୍ରିକ ବିକାଶ ହୋଇପାରିଲେ ଏହି ଦିବସ ପାଳନର ମହତ୍ୱ ରହିପାରିବ ଏବଂ ନିୟମ, ପରମ୍ପରା, ସମୟ ଅନୁଯାୟୀ ପ୍ରଶାସନ, ନ୍ୟାୟ ପାଳିକା ମିଳିତ ଭାବରେ କାମ କଲେ ଲୋକ ସାମାଜିକ ନ୍ୟାୟ ପାଇବେ ବୋଲି ଜିଲାପାଳ ଶ୍ରୀପଣ୍ଡା ପ୍ରକାଶ କରିଥିଲେ ।
ବରିଷ୍ଠ ଆଇନଜିବୀ ଓମପ୍ରକାଶ ମିଶ୍ର ସମ୍ବିଧାନ ଦିବସ ପାଳନର ତାତ୍ପର‌୍ୟ୍ୟ ସଂପର୍କର ଆଲୋଚନା କରି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଆଲୋଚକ ଭାବରେ ଜେଏମଏଫସି ଦୁର୍ଗା ପ୍ରସାଦ ପଣ୍ଡା ଓ ରେଜିଷ୍ଟ୍ରାର ଜୟପ୍ରକାଶ ନାୟକ ସାମାଜିକ ଅଭିବୃଦ୍ଧି ଓ ସାମାଜିକ ନ୍ୟାୟରେ ନ୍ୟାୟପାଳିକା ଓ ପ୍ରଶାସନର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସିନିୟର ସିଭିଲ ଜଜ୍ ସିତିକଣ୍ଠ ପ୍ରଧାନ ଓ ସିଜେଏମ ବିଶ୍ୱେଶ୍ୱର ବିଶ୍ୱପ୍ରକାଶ ରାୟ ଭାରତୀୟ ସମ୍ବିଧାନରେ ନ୍ୟାୟପାଳିକା ଓ ପ୍ରଶାସନର ଦାୟିତ୍ୱ ଓ ଲକ୍ଷ ସଂପର୍କରେ ଆଲୋଚନା କରିଥିଲେ ।
ବରିଷ୍ଠ ଆଇନଜିବୀ ନବ କୁମାର ମିଶ୍ର ସାମାଜିକ ନ୍ୟାୟ ପାଇଁ କାର୍ଯ୍ୟକାରୀ ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ବରିଷ୍ଠ ଆଇନଜିବୀ ଗିରିଶ ଚନ୍ଦ୍ର ପଣ୍ଡା,ଅଚ୍ୟୁତାନନ୍ଦ ମିଶ୍ର,ନାରାୟଣ ପ୍ରସାଦ ପରିଜାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସେମାନେ ନିଜ ବକ୍ତବ୍ୟ ରେ ନିଜ ଅନୁଭୂତି ବଖାଣି ଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଶାସ୍ୱତୀ ମିଶ୍ର ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା ଏବଂ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି ଅବସରରେ ବିଚାର ବିଭାଗୀୟ ଅଧିକାରୀ,ବରିଷ୍ଠ ଆଇନଜିବୀ ତାରେଣୀ କୁମାର ମହାପାତ୍ର, ଧୂରୀଣ ଦେହୁରୀ, ଅଶୋକ ସାହୁ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଯୋଗେଶ ପ୍ରସାଦ ନାୟକ, ଅମ୍ରିତ ପ୍ରଧାନ, ପୃଥ୍ୱୀରାଜ ମେହେର, ଆଲୋକ ଅମାତ, ଜୁଲିୟସ ସିଜର ମହାକୁର ପ୍ରଦୀପ ମହାରଣା, ଅଶୋକ ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜ଼ିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜିଲାପାଳ, ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ ଓ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930