Indus Valley Times

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସାମ୍ବାଦିକ ସମ୍ମିଳନୀ

 Breaking News

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସାମ୍ବାଦିକ ସମ୍ମିଳନୀ

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସାମ୍ବାଦିକ ସମ୍ମିଳନୀ
July 19
22:12 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୭ : ରବିବାର ସନ୍ଧ୍ୟା ୬.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେଶରେ ବିଭିନ୍ନ ପରୀକ୍ଷାରେ ହେଉଥିବା ବିଭ୍ରାଟ ଓ ଦୁର୍ନୀତି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜନ୍ତର ମନ୍ତର୍ ଠାରେ ଆମରଣ ଅନଶନ କରୁଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ କରା ଯାଇଥିଲା ।
ଶନିବାର ସକାଳେ ଅନଶନ ସ୍ଥଳରୁ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଇ କେନ୍ଦ୍ର ସରକାର ଯେଉଁ ଦମନ ଲୀଳା କରିଛନ୍ତି ଜିଲ୍ଲା କଂଗ୍ରେସ ତାର ନିନ୍ଦା କରି ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସାଧାରଣ ସମ୍ପାଦକ ଦେବରାଜ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଶାନ୍ତନୁ କୁମାର ମହାପାତ୍ର ଓ ସମରେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଜନ୍ତର ମନ୍ତର୍ ଠାରେ ୨୦ ଦିନ ହେଲା ଚାଲିଥିବା ଶାନ୍ତିପୂର୍ଣ୍ଣ ଅନଶନକୁ ଓ ଆସନ୍ତାକାଲି ପ୍ରସ୍ତାବିତ ପାର୍ଲାମେଣ୍ଟ ଘେରାଓକୁ ଭଣ୍ଡୁର କରିବା ପାଇଁ ବିଜେପି ସରକାର ହୀନ ଉଦ୍ୟମ କରିଥିବା ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031