Indus Valley Times

ଜିଲ୍ଲା ଷ୍ଟାଡିଅମ ସନ୍ତରଣାଗାର ଠାରେ ଜାତୀୟ ବାଳିକା ଦିବସ ଅବସରରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

 Breaking News

ଜିଲ୍ଲା ଷ୍ଟାଡିଅମ ସନ୍ତରଣାଗାର ଠାରେ ଜାତୀୟ ବାଳିକା ଦିବସ ଅବସରରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

January 23
19:17 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୧ : ଗୁରୁବାର ଦିନ ୧୦ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଷ୍ଟାଡିଅମ ପରିସରରେ ଥିବା ସନ୍ତରଣାଗାର ଠାରେ ଜାତୀୟ ବାଳିକା ଦିବସ ଅବସରରେ ପନ୍ହରିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।
ଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଯାନୀ ଯୋଗଦେଇ ପତାକା ଦେଖାଇ ପ୍ରତିଯୋଗିତାର ଉଦଘାଟନ କରିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବହୁ ସଂଖ୍ୟାରେ ବାଳିକା ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କ୍ରୀଡା ସଂସଦ ସମ୍ପାଦକ ରବୀନ୍ଦ୍ର କୁମାର ରାଉତ, ସଂତରଣ ପ୍ରଶିକ୍ଷକ ରବି ନାରାୟଣ ବେହେରା, ଟ୍ରେନର ନନ୍ଦିନୀ ଦଳବେହେରା, ସୁନିତା ସାହୁ, ଲାଇଫ ଗାର୍ଡ ବାସୁଦେବ ବାରିକ, ସାମାଜିକ କର୍ମୀ ସହଦେଵ ନାୟକ, ପରାମର୍ଶ ଦାତା ବସନ୍ତ ଦିଶୀରି, ଯତି ପ୍ରଧାନ, ଧନଞ୍ଜୟ ଖମାରୀ, କର୍ମଚାରୀ ରଂଜିତ କୁମାର ସାହୁ, ସତ୍ୟ ନାରାୟଣ ନାଏକ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031