Indus Valley Times

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ -୨୦୨୫ ପାଳିତ

 Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ -୨୦୨୫ ପାଳିତ

October 04
19:49 2025

ପ୍ରସନ୍ନ କୁମାର ପାଇକରାୟଙ୍କୁ ରିପୋର୍ଟ
ଖୋର୍ଦ୍ଧା, ୪/୧୦ : ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇ ଯାଇଛି ।
ମୁଖ୍ୟଅତିଥି ଭାବେ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ ଯୋଗଦେଇ ଖୋର୍ଦ୍ଧା ସଦର ମହକୁମାସ୍ଥ ପୂର୍ତ୍ତ ବିଭାଗ ଡାକବଙ୍ଗଳା ସନ୍ନିକଟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଏକ ସର୍ବଧର୍ମ ପ୍ରାର୍ଥନା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ ସିଂହ, ସମ୍ମାନିତ ଅତିଥି ଭାବେ ଉପ ସଭାପତି ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ,ମୁଖ୍ୟବକ୍ତା ଭାବେ ଡ଼ଃ ପ୍ରଫେସର ନାରାୟଣ ରାଓ ,ହିନ୍ଦୁ ଧର୍ମ ଯାଜକ ଶ୍ରୀ ସୁଶାନ୍ତ ମିଶ୍ର, ଇସଲାମ ଧର୍ମ ଯାଜକ ମୌଲବୀ ମହମ୍ମଦ ତିବୁ ଉଦ୍ଦିନ ଓ ବାଇବେଲ ଧର୍ମଗ୍ରନ୍ଥ ଧର୍ମ ଯାଜକ ଶ୍ରୀ ମାନୁଆଲ କରାଡା ଯୋଗଦେଇ ଗୀତା, କୋରାନ ଓ ବାଇବଲ ପାଠ କରିଥିଲେ ।
ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ ମହାତ୍ମାଗାନ୍ଧୀ ଙ୍କ ଦର୍ଶନ ତତ୍ୱରେ ନିଜକୁ ଚିହ୍ନିବା ଦରକାର । ଅହିଂସା, ସତ୍ୟ, ନ୍ୟାୟରେ କାର୍ଯ୍ୟ କରି ଅନ୍ୟ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିବା ସହ ଈଶ୍ୱର ଭକ୍ତି ଓ ଚେତନା ଶକ୍ତିକୁ ଜାଗ୍ରତ କରି ସଠିକ୍ ମାର୍ଗରେ ଜୀବନର ଅନ୍ୟ ନାମ ସେବା ବ୍ରତୀରେ ମାନବ ସେବା କରିବାକୁ ଅଭିଭାଷଣ ରଖିଥିଲେ ।
ସେହିପରି ସମ୍ମାନିତ ଅତିଥି ଭାବେ ଉପ ସଭାପତି,ଜିଲ୍ଲା ପରିଷଦ,ଖୋର୍ଦ୍ଧା, ଶ୍ରୀଯୁକ୍ତ ଗୋପୀନାଥ ମହାରଣା ଯୋଗଦେଇ କହିଲେ ଯେ ମହାତ୍ମାଗାନ୍ଧୀ ବିନା ଶସ୍ତ୍ର ରେ ବିନା ଅସ୍ତ୍ରରେ କେବଳ ଅହିଂସା ମନ୍ତ୍ରରେ ଦୁର୍ଦ୍ଦଶ ବ୍ରିଟିଶ ସାମ୍ରାଜ୍ୟର ପତନ ଆଣି ଭାରତ ବର୍ଷକୁ ସ୍ଵାଧୀନତା ଦେଇଥିଲେ ଯାହା ଅବିସ୍ମରଣୀୟ ।
ଏଣୁ ପ୍ରତ୍ୟେକ ନାଗରିକ ଗାନ୍ଧୀଙ୍କ ଆଦର୍ଶକୁ ଆପଣେଇ ଅହିଂସା ମନ୍ତ୍ରରେ ରାଷ୍ଟ୍ରର ଦୃତ ବିକାଶରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ ।
ସମ୍ମାନୀୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ଯେ ଗାନ୍ଧିଜୀଙ୍କ ଜୀବନର ସତ୍ୟ, ଅହିଂସା, ସର୍ବଦ୍ୱୟ, ସୁସ୍ଥ ଓ ସମସ୍ତଙ୍କ ବିକାଶ ମୂଳକ କେତେ ଗୋଟି ବହୁମୂଲ୍ୟ ବୋଧ ଭିତ୍ତିକ ନିୟମକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ବ୍ୟକ୍ତି ଆଦର୍ଶ ମାନିଲେ ଘରେ ଘରେ ବିକାଶ ପହଞ୍ଚି ଅଖଣ୍ଡ ଭାରତ ବର୍ଷର ସୁ ଦୃଢ଼ତା ସମ୍ଭାବନା କରାଯାଇ ପାରିବ ବୋଲି କହିଥିଲେ ।
ମୁଖ୍ୟବକ୍ତା ଭାବେ ପ୍ରଫେସର ଡ଼ଃ ନାରାୟଣ ରାଓ ଯୋଗଦେଇ କହିଲେ ଗୀତା, କୋରାନ, ବାଇବେଲ ସବୁ ଗ୍ରନ୍ଥ ଉପରେ ଗାନ୍ଧୀଙ୍କ ସାରସ୍ଵତ ପ୍ରଗାଢ଼ତା ଥିଲା ।
ଗାନ୍ଧୀଙ୍କ ନୀତି ଆଦର୍ଶ ଓ ପ୍ରତ୍ୟେକଟି ଚିନ୍ତା ଧାରାରେ ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ ଭଳି ମାନବ ସମାଜର ବିକାଶ ପାଇଁ ଉଦ୍ଭାବନ ଥିଲା ।
ଅନ୍ୟାୟ ବିରୁଦ୍ଧରେ ସତ୍ୟ ଓ ଅହିଂସା ମନ୍ତ୍ରରେ ଲଢ଼ିବା ତାଙ୍କର ମୂଳ ମନ୍ତ୍ର ଥିଲା ।
ଆଜିର ଯୁବପିଢି ଗାନ୍ଧୀଙ୍କ ମାର୍ଗରେ ପରିଚାଳିତ ହେଲେ ଗାନ୍ଧୀଙ୍କ ସ୍ୱପ୍ନର ଭାରତ ରାମରାଜ୍ୟ ଗଠନ ସମ୍ଭବପର ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ସଭାପତି ଅଭିଭାଷଣରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା କହିଲେ ଯେ ଗାନ୍ଧୀ ଚାହୁଁ ଥିବା ସ୍ଵଚ୍ଛତା, ନିଶା ନିବାରଣ, ନାରୀ ସମ୍ମାନ, ମାନବ ଧର୍ମ ପାଳନ, ରାଷ୍ଟ୍ରୀୟ ସଂହତି, ଏକତା, ଜୀବେଦୟା, ଦଳିତ ନିଷ୍ପେସିତ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ଏକତା ଓ ସମାଜରେ ଶାନ୍ତି ବଜାୟ ରଖିବା ତାଙ୍କ ଜୀବନ ଦର୍ଶନର ଆଧାର ଥିଲା ।
ଏଣୁ ଛାତ୍ରଛାତ୍ରୀ ମାନେ ଗାନ୍ଧୀ ଓ ମର‌୍ୟ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଭଳି କର୍ତ୍ତବ୍ୟ ଓ ଦାୟିତ୍ବ ପାଳନ କଲେ ସମାଜ ଓ ରାଷ୍ଟ୍ରର ହିତସାଧିତ ହେବ ବୋଲି ପ୍ରକାଶ କରିଥିଲେ। ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଜୟନ୍ତୀ ପାଳନ ଉପଲକ୍ଷେ ମୁଖ୍ୟ ଅତିଥି, ସଭାପତି ଓ ସମ୍ମାନିତ ଅତିଥି ମାନେ, ଧର୍ମଯାଜକ ଓ ମୁଖ୍ୟ ବକ୍ତାଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସ୍ୱାଗତ ଭାଷଣ ଓ ସଭା ସଞ୍ଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ଦାଶ, ଐତିହାସିକ ଶ୍ରୀ ସତ୍ୟବାଦୀ ବଳିୟାର ସିଂହ, ଶିକ୍ଷାବିତ ଶ୍ରୀ ଗୋପାଳ କୃଷ୍ଣ ଦାସ, ପୂର୍ବତନ ଏସ୍ପି ଶ୍ରୀ ଦେବ ପ୍ରସାଦ ମଜୁମଦାର ସମେତ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।
ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ରାମ ଧୁନ ପୌର ପରିଷଦ ଅଞ୍ଚଳରେ ପ୍ରଚାର କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031