Indus Valley Times

ଜିଲ୍ଲାର ସମସ୍ତ ଓଏଏସ ଅଧିକାରୀ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ପ୍ରତିବାଦରେ ସାମୁହିକ ଛୁଟିରେ ଯିବା ପାଇଁ ଦାବି ପତ୍ର ଦେଲେ

 Breaking News

July 01
21:55 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୭ : (ମଙ୍ଗଳବାର )ଅପରାନ୍ହ ୪.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଓଏଏସ ଅଧିକାରୀ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ମାରିବା ମାରିବା ଘଟଣାର ପ୍ରତିବାଦରେ ସାମୁହିକ ଛୁଟିରେ ଯିବା ପାଇଁ ଦାବି ପତ୍ର ଦେଇଛନ୍ତି ।
ଆଜି ଅପରାନ୍ହରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଓଏଏସ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ନେତୃତ୍ବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କୁ ସାକ୍ଷାତ୍ କରି ଲିଖିତ ଭାବରେ ଦାବିପତ୍ର ପ୍ରଦାନ କରିଥିଲେ ।
ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନେଇ ଜିଲାପାଲଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ କରି କୌଣସି ଅଧିକାରୀ ସଦର ମହକୁମା ଛାଡି ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘର ଆହ୍ବାନ କ୍ରମେ ଜିଲ୍ଲାର ସମସ୍ତ ଓଏଏସ ଅଧିକାରୀ ସାମୁହିକ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031