Indus Valley Times

ଜୁନ୍ ୧୪ ଯାଏଁ ସମୁଦ୍ରରେ ମାଛଧରା ମନା, ୬୧ ଦିନ ପାଇଁ କଟକଣା ଲଗାଇଲେ ରାଜ୍ୟ ସରକାର

 Breaking News

ଜୁନ୍ ୧୪ ଯାଏଁ ସମୁଦ୍ରରେ ମାଛଧରା ମନା, ୬୧ ଦିନ ପାଇଁ କଟକଣା ଲଗାଇଲେ ରାଜ୍ୟ ସରକାର

April 15
10:42 2025

ପାରାଦୀପ, ୧୫/୪ : ଆଜିଠୁ ଜୁନ୍ ୧୪ ତାରିଖ ଯାଏ ମାଛଧରା ଉପରେ ଲାଗିଲା କଟକଣା। ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଏଇ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର।
ତେବେ ଆସନ୍ତା ଦୁଇମାସ ମାଛ ମାନଙ୍କର ଅଣ୍ଡାଦାନ ସମୟ। ଏହି ସମୟରେ ମାଛ ବଂଶ ବୃଦ୍ଧି ସମୟ ତେଣୁ ଯାଆଁଳା ସୁରକ୍ଷା ପାଇଁ ଆଜିଠୁ କଟକଣା ଲଗାଇଛନ୍ତି ସରକାର।
ଏନେଇ ପାରାଦୀପ ନେହେରୁ ବଙ୍ଗଳା, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦରେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପ୍ରଚାର କରାଯାଇଛି। ତେବେ ମାଛଧରା ବନ୍ଦ ହେବା ପରେ ଏହି ସମୟରେ ବୋଟ୍ ଓ ଡଙ୍ଗା ଗୁଡିକର ମରାମତି କାମ ମଧ୍ୟ ଆରମ୍ଭ ହେବ।
ଏହାସହିତ ମାଛଧରାଳିଙ୍କୁ ବନ୍ଦର ଯିବାକୁ ମଧ୍ୟ ବାରଣ କରାଯାଇଛି। ଯଦି ସରକାର ନିୟମକୁ କୌଣସି ମାଛଧରାଳୀ ଅବଜ୍ଞା କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031