Indus Valley Times

ଜୟନାରାୟଣ ମିଶ୍ର ହେଲେ ବିରୋଧି ଦଳ ନେତା

 Breaking News

ଜୟନାରାୟଣ ମିଶ୍ର ହେଲେ ବିରୋଧି ଦଳ ନେତା

ଜୟନାରାୟଣ ମିଶ୍ର ହେଲେ ବିରୋଧି ଦଳ ନେତା
July 30
19:15 2022

ଭୁବନେଶ୍ବର,୩୦/୭: ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ଚୟନ କରାଯାଇଛି। ପ୍ରଦୀପ୍ତ ନାୟକଙ୍କ ଦୀର୍ଘକାଳୀନ ଅସୁସ୍ଥତା ହେତୁ ତାଙ୍କ ସ୍ଥାନରେ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳର ନେତା ଭାବେ ଦଳ ପକ୍ଷରୁ ଦାୟିତ୍ବ ଦିଆଯାଇଛି। ରାଜ୍ୟ ବିଜେପି କାର‌୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଏଇ ଘୋଷଣା କରିଛନ୍ତି।
ବିରୋଧୀ ଦଳ ନେତା ହେବା ପରେ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଦଳ ମୋ ଉପରେ ବିଶ୍ବାସ କରିଛି। ମୋ ଉପରେ ଦାୟିତ୍ବ ଦେଇଛି। ମୁଁ ମୋର ଦାୟିତ୍ବ ଠିକ୍ ଭାବେ ତୁଲାଇବି। ବିରୋଧୀ ଦଳ ନେତା ଭାବେ ଓଡ଼ିଶାର ସ୍ବରକୁ ବିଧାନସଭାରେ ପହଞ୍ଚାଇବି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031